ବେନିୟମ ଗଛିତ ରଖିଥିବା ଖତସାର କୁ ଜବତ କଲା ଗୋଲାମୁଣ୍ଡା କୃଷି ବିଭାଗ

ବେନିୟମ ଗଛିତ ରଖିଥିବା ଖତସାର କୁ ଜବତ କଲା ଗୋଲାମୁଣ୍ଡା କୃଷି ବିଭାଗ। ସାର ହରିୟାଣା ପ୍ରଦେଶ ର ଗୁରଗାଓ ରୁ ଆସିଥିବା ସୂଚନାକଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରେ ଆଜି କୃଷି ବିଭାଗ ତରଫରୁ ବେଆଇନ ଭାବରେ ଗଛିତ ରଖିଥିବା ସାର ଜବତ। ସୂଚନା ରୁ ଜଣା ଯାଏ ଯେ ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵ ରେ ଥିବା ଏକ ଦୋକାନ ଗୃହ ରେ ପୁଲକିତ ବାଓ ଫର୍ଟିଲାଇଜର ପ୍ରାଇଭେଟ ଲିମିଟେଡ଼ ଓଲ୍ଡ ଦିଲ୍ଲୀ ଗୁରଗାଓଁ ରୋଡ଼ ନିହାଲ ଭବନ ଡୁଣ୍ଢେରା ଗୁରଗାଁଓ ହରିୟାଣା ରୁ ଉଲ୍ଲେଖ ହୋଇଥିବା କିଷାନ ଖତ ରହିଥିବା ସ୍ଥାନୀୟ ସାର ଖୁଚୁରା ବ୍ୟବସାୟୀ ମାନେ ଗୋଲାମୁଣ୍ଡା କୃଷି ବିଭାଗ, ଗୋଲାମୁଣ୍ଡା ଥାନା ରେ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ କୁ ଭିତ୍ତି କରି ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଏବଂ ଅତିରିକ୍ତ ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଉକ୍ତ ଦୋକାନ ପାଖକୁ ଯାଇ ମୋଟ ୪୮୦ ବସ୍ତା ସାର ଜବତ କରି ସ୍ଥାନୀୟ କୃଷି ସେବା ସମବାୟ ଠାରେ ଜିମା ଦେଇଛନ୍ତି। ତଦନ୍ତ ସମୟରେ ୩୪୦ବସ୍ତା କିଷାନ ଖତ ନାମକ ଡିଏପି, ସୁପର ଏକ୍ସନ ନାମକ ପଟାସ ୧୪୦ ବସ୍ତା ଏବଂ ୫୦ ବୋତଲ ପ୍ରେଷ୍ଟିସାଇଡ଼ ଜବତ ହୋଇଥିବା ବେଳେ ଷ୍ଟକ ରେଜିଷ୍ଟର, ବିକ୍ରି ରେଜିଷ୍ଟର, ଜମା ରଖିବା ସ୍ଥାନ, ବିକ୍ରି କରିବା ସ୍ଥାନ ଓ ଅନ୍ୟ ସରକାରୀ ତଥ୍ୟ ମାନେ ତଦନ୍ତ କରାଯାଇଥିଲା। କିନ୍ତୁ ଯେଉଁ ବ୍ୟକ୍ତି ଜଣକ ଏହି ସାର ବିକ୍ରି ପାଇଁ ଆଣିଥିଲେ ତାଙ୍କ ପାଖରେ ସଠିକ ତଥ୍ୟ ନ ଥିଲା। ସୂଚନା ଯୋଗ୍ୟ ଯେ ଜବତ ହୋଇଥିବା ୫୦ କେଜିଆ ସାର ବସ୍ତା ର ମୂଲ୍ୟ ୧୪୯୯ ଲେଖା ହୋଇଥିବା ବେଳେ ଏହି ୫୦ କେଜିଆ ବସ୍ତା କୁ ଏହି ବ୍ୟବସାୟୀ ଜଣକ ୯୦୦ ରୁ ୧୦୦୦ ଟଙ୍କା ମୂଲ୍ୟରେ ବିଭିନ୍ନ ଗ୍ରାମାଞ୍ଚଳର ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ମାନେ ଏହି ଖତ କୁ ଚଢା ଦରରେ ଚାଷୀଙ୍କ ପାଖରେ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜବତ ହୋଇଥିବା କିଷାନ ଖତ ଗୋଲାମୁଣ୍ଡା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛିତ ହୋଇ ବିକ୍ରି ହେଉଥିଲେ ମଧ୍ୟ ଜିଲ୍ଲା କୃଷି ବିଭାଗ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଖବର ନ ଥିବା ଘଟଣା ସନ୍ଦେହ ଘେରକୁ ଆସୁଛୁ ବୋଲି କୃଷକ ନେତା ସାଉଲ ମଙ୍ଗରାଜ ଅଭିଯୋଗ କରିଛନ୍ତି ଓ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାନଗଲେ ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା ଚେତାବନି ଦେଇଛନ୍ତି।

Leave a Reply

Your email address will not be published. Required fields are marked *