ରଜ ଉତ୍ସବ ଉପଲକ୍ଷେ ଡାଳ ସିଂହା ମାର୍ଥାପୁର‌ରେ କ୍ରିକେଟ ମ୍ୟାଚ୍

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଡାଳା ସିଂହ ମାର୍ଥା ପୁର ରେ ପହଲି ରଜପର୍ବ ଉପଲକ୍ଷେ କ୍ରିକେଟ ମ୍ୟାଚ୍ ର କ୍ୱାଟର ଫାଇନାଲ “ମା କୁସୁମେଇ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ କ୍ଲବ ର କ୍ଯାପ୍ଟେନ୍ ତଥା ପରିଚାଳକ ସଞ୍ଜୟ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ‌ କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସହଯୋଗ ରେ ଗ୍ରାମ ଖେଳ ପଡିଆ ରେ ଜୁନ୍ ମାସ ଚଉଦ ତାରିଖ ରାତ୍ରିରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ।

ଭାଇଚାରାର ପର୍ବ ପାଳନ ଅବସର ରେ ଭାତୃତ୍ବ ଭାବେ ଖେଳ‌ ଖେଳି ଉଦାହରଣ ସାଜି ବାକୁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ର ଭିଜିଲାନ୍ସ ଆଡ୍ ଭୋକେଟ୍ ତଥା କ୍ରୀଡ଼ାବିତ୍ ବିଶ୍ବ ରଞ୍ଜନ ରାଉତ ଯୋଗଦାନ କରି କ୍ରୀଡ଼ା କୁ ଆରମ୍ଭ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ସମସ୍ତ କ୍ରୀଡାବିତ ମାନଙ୍କୁ ସ୍ବାଗତ କରିଥିଲେ। ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଚିରୁଳେଇ ଓ କଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *