ସରିଲା ସଜବାଜ ; ଆଜି ପହିଲି ରଜ
ସରିଲା ସଜବାଜ ; ଆଜି ପହିଲି ରଜ |ସରିଲାଣି ହାତରେ ମେହେନ୍ଦି ପାଦ ରେ ଲାଗିଲାଣି ଅଳତା |ଏପଟେ ଦୋଳି ସଜା ଆଉ ପିଠାପଣା ପାଇଁ ପ୍ରସ୍ତୁତି ମଧ୍ୟ ସରିଲାଣି |ଆଜି ଗଣ ପର୍ବ ରଜ | ରଜ ସ୍ୱଳା ହୋଇଛି ଧରିତ୍ରୀ | ଏଣୁ ଏହାକୁ ତିନି ଦିନ ଧରି ପାଳନ କରିବେ ଓଡ଼ିଆ ଆଜି ପ୍ରଥମ ପହିଲି ରଜ ପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ଗଣ୍ଡବାହାଳୀ ଗ୍ରାମ |ପ୍ରକୃତି ର ରଙ୍ଗ ରେ ରଙ୍ଗେଈ ହୋଇଛି ପୁରପଲ୍ଲୀ | କୃଷି ଭିତ୍ତିକ ପର୍ବ ପାଇଁ ସବୁଠି ରଜ ମାହୋଲ ଜୋରଦାର ଭାବରେ ପାଳନ କରାଯାଉଛି |ପିଠାପଣା ର ଧିମା ବାସ୍ନା ରେ ମହକୁଛି ଗାଁ ଠୁ ସହର | ଦୋଳି ଖେଳ ଠାରୁ ନାଚ ଗିତ ଧୂମଧାମ ରେ ରଜ ପାଳୁଛନ୍ତି ଝିଅ ଓ ବୋହୁ ମାନେ | ପାରମ୍ପରିକ ଲୁଗା ପିନ୍ଧି ସଜବାଜ ହୋଇ ବର୍ଷ କୁ ଥରେ ଆସୁଥିବା ଏହି ପର୍ବ କୁ ମନଭରି ଉପଭୋଗ କରୁଛନ୍ତି |ଆଜି ଘରେ ଘରେ ବନ୍ଧୁବାନ୍ଧବ ଅନେକ ମଜା ମସ୍ତି ରେ ମସଗୁଲ ଗଣ୍ଡାବାହାଳୀ ବାସୀ |ପୁଞ୍ଚି କବାଡି ଇତ୍ୟାଦି ଖେଳ ସହ କମ୍ପୁଛି ଗଣ୍ଡାବାହାଳୀ | ଅନେକ ରଙ୍ଗବେରଙ୍ଗ ର ଡ୍ରେସ ପିନ୍ଧି ପ୍ରତିଯୋଗିତା ମୂଳକ ଖେଳରେ ମାତିଛନ୍ତି |ଖିଲି ପାନ ଖାଇ ରଜ ଦୋଳି ରେ ରଜ ଗୀତ ଗାଇ ଝୁମୁଛନ୍ତି କୁଆଁରୀ ଝିଅ ମାନେ|
