୧୬ ବର୍ଷ ପରେ ବିଜେପିର ପ୍ରାର୍ଥୀ ଙ୍କୁ ମିଳିଛି ମନ୍ତ୍ରୀ ପଦ
ଖୁସିରେ ଗଦଗଦ ହୋଇପଡିଛନ୍ତି ଭଦ୍ରକ ବାସୀ ।ଦୀର୍ଘ ୧୬ ବର୍ଷ ର ବ୍ୟବଧାନ ପରେ ବିଜେପି ପ୍ରାର୍ଥୀ କୁ ମିଳିଛି ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଧାମନଗର ବିଧାୟକ ସୂଯ୍ଯବଂଶୀ ସୂରଜ ଶପଥ ନେବା ପରେ ଏବେ ଭଦ୍ରକ ଜିଲ୍ଲା ବାସୀ ତାଙ୍କୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି। ସେ ମନ୍ତ୍ରୀ ମୁକୁଟ ପିନ୍ଧିବା ପରେ ଏକାଧିକ ରାଜନୈତିକ ରେକର୍ଡ କରିଛନ୍ତି। ନୂଆ ସରକାର ଗଠନ ପରେ ଭଦ୍ରକ ସହରର କୁଆଁସ ଗ୍ରାମ ଭାରି ଚର୍ଚ୍ଚା କୁ ଆସିଛି। କାହିଁକି ନା ଏ ଘରକୁ ସେ ଘର ଜଣେ ମନ୍ତ୍ରୀ ଆଉ ଜଣେ ବିଧାୟକ ହୋଇଛନ୍ତି। ଉଭୟ ନେତା ଯୁବ ଚେହେରା ଜଣେ ପ୍ରଥମ ଥର ବିଧାୟକ ଆଉ ଜଣେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ଉଭୟ ଙ୍କ ଘର ୧୫ ନମ୍ବର ଓ୍ବାର୍ଡ ର ଉଭୟଙ୍କ ଘର ପାଖା ପାଖି ଲାଗିଛି ଭଦ୍ରକ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଶହିଦ ଭଗତ ସେନାର ଆବାହକ, ସୀତାଂଶୁ ଶେଖର ମହାପାତ୍ର (ଚନ୍ଦୁ ନନା) ଆଉ ଜଣେ ମନ୍ତ୍ରୀ ପଦ ପାଇଁ ଥିବା ଧାମନଗର ର ବିଧାୟକ,ଶ୍ରୀଯୁକ୍ତ ସୂଯ୍ଯ ବଂଶୀ ସୂରଜ, ଉଭୟଙ୍କ ଘର କୁଆଁସ। ଉଭୟ ଆଜି ବାବା ଆଖଣ୍ଡଳମଣିଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ପ୍ରଣିପାତ କରିଥିଲେ ।ସଂନ୍ଧ୍ଯା ରେ ଭଦ୍ରକ ର ଅଧିଷ୍ଠିତ ଦେବୀ ମାଁ ଭଦ୍ରକ କାଳୀ ପୀଠ ରେ ପହଞ୍ଚି ଥିଲେ ।ମାଁ ଙ୍କ ଆଶୀର୍ବାଦ ନେଇ ଥିଲେ ବହୁ ବିଜେପି କର୍ମୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
