ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ଶକ୍ତି ମା କରାଞ୍ଜେଇ ପୀଠ
ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ଶକ୍ତି ମା କରାଞ୍ଜେଇ ପୀଠ।ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ଶକ୍ତି ମା କରଞ୍ଜେଇ ପୀଠ।ଆସ୍କା ନିକଟବର୍ତ୍ତୀ ପାକିଡି ପର୍ବତ ସ୍ଥିତ ମା କରଂଜେଇ ପୀଠ ଅବସ୍ଥିତ।ରାସ୍ତା ର ଦୁଇ ପାର୍ଶ୍ଵରେ ଘଞ୍ଚ ଅରଣ୍ୟ ସହ ପାହାଡିଆ ଝରଣା,ଏବଂ ମୟୂର ପକ୍ଷୀର ସ୍ୱର ମା ଙ୍କ ପୀଠ କୁ ଦର୍ଶକ ମାନଙ୍କ ସୁଅ ଛୁଟୁଛି। ବହୁତ ଦୂରରୁ ଭକ୍ତ ମାନେ ମାଙ୍କ ପୀଠକୁ ଆସି ମାଙ୍କ ପୀଠରେ ଅଖଣ୍ଡ ଦୀପ ଜାଳି ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

ଯେଉଁ ଭକ୍ତ ମାନେ ମାଙ୍କ ପୀଠରେ ମନସ୍କାମନା ପୂର୍ଣ୍ଣ କରିବାକୁ ଆସନ୍ତି ସେ ଭକ୍ତଙ୍କର ମା ୭ଦିନ ଭିତରେ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।ଆଶ୍ୱିନ ମାସରେ ମାଙ୍କ ପୀଠରେ ନବରାତ୍ରୀ ପୂଜା ଅନୁଷ୍ଠିତ ହୁଏ।ନବରାତ୍ରୀ ପୂଜା ରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ମାନେ ଆସନ୍ତି।ପ୍ରତି ସଂକ୍ରାନ୍ତି ଦିନ ସମସ୍ତ ଭକ୍ତ ମାନଙ୍କ ପାଇଁ ମାଙ୍କର ମାଗଣା ଅର୍ଣ୍ଣ ପ୍ରସାଦ ହୁଏ। ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ଦ୍ଵାରା ମାଙ୍କ ପୀଠରେ ଉନ୍ନୀତ ନିମନ୍ତେ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ ସେଥିରେ ମନ୍ଦିରର ଉନ୍ନୟନ କାମ ଚାଲିଛି ।
