ପୁଣି ଟିଟିଲାଗଡ଼ ବିଜେଡି କୁ ଏକ ଶକ୍ତ ଝଟକା
ପୁଣି ଟିଟିଲାଗଡ଼ ବିଜେଡି କୁ ଏକ ଶକ୍ତ ଝଟକା ବିଜେପିରେ ଯୋଗ ଦେଲେ 4 ବିଜେଡ଼ି କାଉନସିଲର ଟିଟିଲାଗଡ଼, 14/7 ବର୍ତ୍ତମାନ ସମାପ୍ତ ହୋଇଥିବା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଟିଟିଲାଗଡ ବିଧାୟକ ଆସନ ଦଖଲ ଭଳି ରେକର୍ଡ ସୃଷ୍ଟି ହୋଇଛି l ବିଜେଡ଼ି ଗଡ଼ରେ ବିଜେପିର କରିସ୍ମାର ମାସଟିଏ ନପୂରୁଣୁ ଆଜି ଟିଟିଲାଗଡ ପୌର ପରିଷଦରେ ବିଜେଡିକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି l ପୌର ପରିଷଦର ନିର୍ବାଚିତ 4 କାଉନସିଲର ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦାନ କରିଛନ୍ତି l ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଥିବା ବେଳେ 15ଟି କାଉନସିଲର ଆସନରୁ ବିଜେଡ଼ି ହାତରେ 10 ଏବଂ ବିଜେପି 5ଟି ଆସନ ହାସଲ କରିଥିଲା l

ପରିଷଦରେ ବିଜେଡ଼ି ଉପାଧ୍ୟକ୍ଷା ଆସନ ଦଖଲ ସହ ସଂଖ୍ୟା ବଳ ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରସ୍ତାବରେ ନିଜ ଦାବି ସାବ୍ୟସ୍ତ କରି ଆସିଥିଲା l ଏନେଇ ଅନେକ ଥର ପରିଷଦ ବୈଠକରେ ହାlଙ୍ଗାମା ସହ ପୌରାଧ୍ୟକ୍ଷା ତାଙ୍କୁ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି କରାଯାଉଥିବା ଅଭିଯୋଗ କରି ଆସିଥିଲେ l ବର୍ତ୍ତମାନ ବିଜେଡ଼ିର 4 କାଉନସିଲର ବିଜେପିରେ ସାମିଲ ହେବା ଦଳ ପାଇଁ ଏକ ବଡ଼ ଉପଲବ୍ଧି ହୋଇଛି l ଆଜି ଏନେଇ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ଶ୍ରୀ ନବୀନ ଜୈନ, ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଜୈନଙ୍କ ଉପସ୍ଥିତିରେ ବିଜେଡ଼ିର 4 କାଉନସିଲର ସୁନିତା ଦାଶ, ସୁଧୀର ଅଗ୍ରୱାଲ, ଭାରତି ଭରାସାଗର, ଭୁବନେଶ୍ୱର ପଟ୍ଟନାୟକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି l ବିଜେପିରେ ଯୋଗଦାନ କରିଥିବା କାଉନସିଲର ସେମାନେ ବିଜେପିର ବିକାଶ ଧାରା ଏବଂ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା କହିଥିଲେ l ବିଧାୟକ ନବୀନ ଏବଂ ପୌରାଧ୍ୟକ୍ଷା ମମତା, ବରିଷ୍ଠ ନେତା ପ୍ରମୋଦ ପ୍ରଧାନ କେନ୍ଦ୍ର ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରୀୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ସାଂସଦ ସଂଗୀତା ସିଂଦେଓଙ୍କ ଆର୍ଶୀବାଦରେ ଟିଟିଲାଗଡ ଅଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ l ଏହି ଅବସରରେ ଦଳୀୟ ନେତା ସଞ୍ଜୟ ତ୍ରିପାଠୀ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ହରିନାରାୟଣ ମିଶ୍ର, ସୁଦାମ ମହାରଣା, କାଲୁ କେଡ଼ିଆ, ସଞ୍ଜୟ ବର୍ମା, ରିଙ୍କୁ ପାତ୍ର, ଜଗୁ ଖରସେଲ, ନରେଶ ରାଜପାଳିଆ ପ୍ରମୁଖ ଉପସ୍ଥିତ ଥିଲେ l ଟିଟିଲାଗଡ଼ ରାଜନୀତିରେ ଆଜିର ଘଟଣା ଚହଳ ଖେଳିଛି l ଟିଟିଲାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗତ ନିର୍ବାଚନରେ ଏଠାରୁ ପରାଜୟ ଲାଭ ପରେ ,ପରେ ବିଜେଡ଼ି କାଉନସିଲର ଦଳ ଛାଡ଼ିବା ଏଠାରେ ବିଜେଡି ର ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଥିବା ବେଳେ ବିଜେପିର ଶକ୍ତି ବୃଦ୍ଧି ଘଟିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି l
