ଆଜି ୧୩ ଜୁଲାଇ ୨୦୨୪ ନୟାଗଡ଼ ସ୍ଥିତ ପ୍ରିୟଦିନି ଫାଉଣ୍ଡେସନ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଆଜି ୧୩ ଜୁଲାଇ ୨୦୨୪ ନୟାଗଡ଼ ସ୍ଥିତ ପ୍ରିୟଦିନି ଫାଉଣ୍ଡେସନ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସଂସ୍ଥା ଦ୍ୱାରା ବିଭିର୍ଣ କାର୍ଯ୍ୟକ୍ରମ କରାଯାଇଥିଲା ।ସର୍ବ ପ୍ରଥମ ସକାଳ ୧୦ ଘଂଟିକା ରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଗଲା ଏଥିରେ ୧୯ ୟୁନିଟ ରକ୍ତ ସଂଗ୍ରହ କରାଗଲା ।ସଂସ୍ଥା ଦ୍ୱାରା ପରିଚାଳିତ ନୟାଗଡ଼ ପୁନର୍ବାସ କେନ୍ଦ୍ର ଠାରେ ସ୍ୱତନ୍ତ୍ର ଶିଶୁ ମାନଙ୍କୁ ନେଇ ଏକ ବିଶେଷ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ତତ୍ପଶ୍ଚାତ ମୁଖ୍ୟ କାର୍ଯ୍ୟାଳୟରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେଲା ।ଏଥିରେ ସଂସ୍ଥାର ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଗଲା ।ଗତ ୧୨ ତାରିଖ ରେ ମଧ୍ୟ ଏକ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ,ଯେଉଁଥିରେ ସାଗୁରୁ ଗାଁ ସ୍ଥିତ ଅଲ୍ଟ୍ରା ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମର ୨୦ ଜଣ ହିତାଗ୍ରାହୀ ଉପକୃତ ହେଲେ ।ସଂସ୍ଥାର ମୁଖ୍ୟ ଡା:ପ୍ରୀତମ ମହାପାତ୍ର ଏବଂ ସମସ୍ତ କର୍ମକର୍ତା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *