ଧରାକୋଟ ରେ ନୂଆଁ ଥାନା ଅଧିକାରୀ
………………………………ଧରାକୋଟ,16/7/24ଧରାକୋଟ ଥାନାରେ ନୂଆଁ ଥାନା ଅଧିକାରୀ ଭାବରେ ଚନ୍ଦ୍ରିକା ସ୍ୱାଇଁ ଯୋଗଦେଇଛନ୍ତି । ଏଠାରେ କାର୍ଯ୍ୟରତ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଙ୍କ ର ଛତ୍ରପୁର ହେଡକ୍ୱାର୍ଟର କୁ ବଦଳି ହୋଇଛି । ଏହି ଅବସରରେ ତାଙ୍କ ସହ ଯୋଗାଯୋଗ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ନୂତନ ଭାବରେ ପ୍ରଣୟନ ହୋଇଥିବା ତିନୋଟି ଆଇନ କୁ ପାଳନ କରାଯିବା ସହ ସାଧାରଣ ଜନତା ଯେପରି ପୋଲିସ ଠାରୁ ଉପଯୁକ୍ତ ନ୍ୟାୟ ପାଇବେ ଓ ପୋଲିସ ଯେପରି ସାଧାରଣ ଜନତା ଙ୍କ ଆସ୍ଥା ଭାଜନ ହୋଇପାରିବ ସେ ଦିଗରେ ସେ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି।
