ଆମ ଆଦମି ପାର୍ଟି ର ସମିକ୍ଷା ବୈଠକ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ

**ଆସିକା ୧୭/୦୭/୨୦୨୪ ବ୍ରହ୍ମପୁର ସ୍ଥିତ ଆମ୍ ଆଦମୀ ପାର୍ଟି କାର୍ଯ୍ୟଳୟରେ ଗଞ୍ଜାମ ଜିଲ୍ଲା ର ମୂଖ୍ୟ ପ୍ରତିନିଧି ମାନଙ୍କୁନେଇ। ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ସଭାପତିତ୍ବ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଆରମ୍ଭ କରିଥିଲେ। ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ ପରେ ରାଜ୍ୟ ସଭାପତି ଙ୍କ ଆହ୍ୱାନ କ୍ରମେ ବ୍ରହ୍ମପୁର ସ୍ଥିତ ପାର୍ଟି କାର୍ଯ୍ୟଳୟରେ ଦିବା ୧୧ବେଳେ କାର୍ଯ୍ୟକ୍ରମ ଆରଂଭ ପୂର୍ବରୁ ଏକ ପ୍ରେସ ବିବୃତିରେ ଚଳିତ ସରକାର ଦେଇଥିବା ପ୍ରତିଶୃତି ଉପରେ ବଖାଣି ଥିଲେ ଓଡ଼ିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି ୩୦୦ ୟୁନିଟି ମାଗଣା ବୁଜୁଳି,ଧାନ ର ସର୍ବ ନିମ୍ନ ମୂଲ୍ୟ ୩୧୦୦/ଟଙ୍କା କୁ ବୃଦ୍ଧି ଏଯାବତ୍ ନ କରିବା ତତ୍ ସହିତ ରାଜ୍ୟପାଳଙ୍କ ପୁଅ ସରକାରୀ କର୍ମଚାରୀ ଙ୍କୁ ମାଡ଼ ମାରିବା ଘଟଣା ଉପରେ ବର୍ଷିଛନ୍ତି। ନିର୍ବାଚନ ପରେ କାର୍ଯ୍ୟ କର୍ତ୍ତା ଙ୍କ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟ ଖସଡ଼ା ଓ ଘଟିଯାଇଥିବା କାର୍ଯ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିବାକୁ ଆହ୍ୱାନ କ୍ରମେ ସମସ୍ତ ସଦସ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ସାଙ୍ଗଠନିକ କାର୍ଯ୍ୟକୁ କିଭଳି ଭାବେ ତୃଣ ମୂଳ ସ୍ତର ରେ କାର୍ଯ୍ୟ କାରୀ କରିହେବ ତତ୍ ସହିତ ଶ୍ରୀ ଯୁକ୍ତ ଅରବିନ୍ଦ କେଜରିୱାଲ ଙ୍କ ଆଦର୍ଶ ପ୍ରତ୍ୟେକ ଜନ୍ ମାନସରେ ପହଂଚିବ ତାହା ଉପରେ ଗୁରୁତ୍ବ ଦେବା ଯଥା ମାଗଣା ବୁଜୁଳି, ଶିକ୍ଷା, ସ୍ଵାସ୍ଥ୍ୟ ଓ ପାନୀୟ ଜଳ ଭଳି ସାଧାରଣ ମୈ।ଳିକ ଅଧିକାର ପହଞ୍ଚାଇବା ଏହା ମୂଖ୍ୟ ଏଜେଣ୍ଡା। ଉକ୍ତ ବୈଠକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥାକ୍ରମେ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ସାହୁ, ଶ୍ରୀ ଅଦିତ୍ୟ ରଥ, ଶ୍ରୀ ନିଳକଣ୍ଠ ରେଡ଼ି, ଶ୍ରୀନିବାସ ରେଡ଼ି, ହିମାଂଶୁ ଶେଖର ସାହୁ,ଏଡିଭି ଶ୍ରୀ ଯୁକ୍ତ କୈଳାସ ସେଠୀ, ଶ୍ରୀ ହରପ୍ରସାଦ ବାବୁ, ଶ୍ରୀ ସୁଧୀର କୁମାର ପ୍ରଧାନ, ରାମଚନ୍ଦ୍ର ବାରିକ୍, ଶ୍ରୀ ରଞ୍ଜିତ ତ୍ରିପାଠୀ, ବିଷ୍ଣୁ ଗୈ।ଡ଼, ଶ୍ରୀ ଧିରେନ୍ଦ୍ର ସାବତ,ଭଜରାମ ସାବତ,ଅଜାମ୍ବିଳ ବିଶ୍ବାଳ,ଏଡିଭି ସୁରେଶ ପାତ୍ର,ଓ ଆସିକା ବିଧାନସଭା ଆବାହକ ଶ୍ରୀ ରଞ୍ଜନ କୁମାର ରାଉତ ଏବଂ ୪୦ରୁ ଉର୍ଦ୍ଧ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *