ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର ସଦର ବ୍ଲକ ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଆଶ୍ରମପାଟଣା ପକ୍ଷରୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମ ରେ +3 ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶ, ଯୁକ୍ତ ଦୁଇ ଅଧ୍ୟକ୍ଷ ରବିନାରାୟଣ ରଥ ଙ୍କ ସହିତ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ବିଧାୟକ ଅମରେନ୍ଦ୍ର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ଲାଗି ଉତ୍ସାହିତ କରିଥିଲେ । ଶେଷରେ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିବା ସହିତ କଲେଜର କିପରି ଉର୍ଣ୍ଣିତି ହୋଇ ପାରିବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *