କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଲହଡ଼ା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପୁର ରେ ପୁରୁଣାଅମାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ ନାରାୟଣ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନକୁଳ ଚରଣ ଶତପଥୀ ଙ୍କ ଉଦେଶ୍ୟ ରେ ଅଗଷ୍ଟ ମାସ ଏଗାର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଁଦିଆ ବ୍ଳକ ର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତେନ୍ଦ୍ର କୁମାର ସାହୁ ଉପସ୍ଥିତ ହୋଇ ବିଦାୟୀ ଶିକ୍ଷକ ଙ୍କ ଶିକ୍ଷାଦାନ ର ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଯୋଗଦେଇ ଶ୍ରୀ ଶତପଥୀ ଙ୍କ ପ୍ରାଥମିକ ଶିକ୍ଷା ଶିକ୍ଷଣ କାର୍ଯ୍ୟ ଶୈଳୀ ଉଚ୍ଚ କୋଟୀର ବୋଲି ପ୍ରକାଶ କରି ଥିଲେ। ଶ୍ରୀ ସାହୁ ଗୀତ ନାଚ ମାଧ୍ୟମରେ ଶିକ୍ଷା ଦାନ କରି ଶିକ୍ଷକ ଯଦି ଅନେକ ସୁଛାତ୍ର ଛାତ୍ରୀ ସୃଷ୍ଟି କରି ପାରିବ, ତାହେଲେ ଜନମାନସରେ ଆଦୃତ ହୋଇପାରିବ ବୋଲି ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ନେତା ଅକ୍ଷୟ କୁମାର ମିଶ୍ର, ଅଜିତ କୁମାର ରାଉତ,ଯୁଗଳ କିଶୋର ଦାସ,ଅବସର ପ୍ରାପ୍ତ ଶିକ୍ଷକ ସଞ୍ଜୟ କୁମାର ସାମନ୍ତ,ବୀର କିଶୋର ନାୟକ, ସିଆରସିସି ବିଜୟ କୁମାର ବାନାରା ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଗୁଣଗାନ କରି ଥିଲେ। କ୍ଲଷ୍ଟର ର ପ୍ରଧାନ ଶିକ୍ଷକ ସର୍ବ ଶ୍ରୀ ଅଲେଖ ଚରଣ ବେହେରା, ବୀରେନ୍ଦ୍ର କୁମାର ସାମନ୍ତ, ଦୁର୍ଯୋଧନ ସାହୁ,ମାଟୁ ବାଇପାଇ,ନନ୍ଦ କିଶୋର ବେହେରା, ଶିକ୍ଷକ ବିଜୟ କୁମାର ମହାରଣା,ଦିନେଶ କୁମାର ବେହେରା, ସୂର୍ଯ୍ୟମଣି ବେହେରା, ସନ୍ତୋଷ କୁମାର ଖୁଣ୍ଟିଆ, ମହେଶ୍ୱର ପଣ୍ଡା ଓ ସିଆରସିସି ରାହାସବିହାରୀ ମଲ୍ଲିକ ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଗୁଣଗାନ କରି ଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀ ଙ୍କୁ ମାନପତ୍ର ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
