ହାତୀ ଆକ୍ରମଣ ରେ ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ସଂରକ୍ଷିତ ଜଙ୍ଗଲ ରେ ହାତୀ ଆକ୍ରମଣ ରେ ଯୁବକ ମଡ୍ଗୃତ୍ୟୁ l ମୃତକ ଜଣକ ହେଲେ କାମାକ୍ଷାନଗର ଥାନା କାମର୍ଦl ଗ୍ରାମ ର ରଞ୍ଜିତ ବିଶ୍ୱାଳ l ସୂଚନା ଅନୁସାରେ ଗ୍ରାମରୁ ଜଣେ ସାଥିଙ୍କ ସହ ରଞ୍ଜିତ ଆଜି ସକାଳୁ ଜଙ୍ଗଲି ଛତୁ ସଂଗ୍ରହ ପାଇଁ କୁଟୁରିଆ ସଂରକ୍ଷିତ ଜଙ୍ଗଲ କୁ ଯାଇଥିଲେ l ଯିବାବେଳେ ରଞ୍ଜିତ ହାତୀ ହାବୁଡ଼ରେ ପଡ଼ିଥିବାବେଳେ ସାଥିଜଣକ ଜିବନ ବଞ୍ଚାଇ ପଳାଇ ଯାଇଥିଲେ l ଫଳରେ ହାତୀ ଟି ରଞ୍ଜୁ ଶୁଣ୍ଢ ରେ କଚାଡି ଦେଇଥିଲା l

ଘଟଣାସ୍ଥଳରେ ରଞ୍ଜିତଙ୍କ ମୃତ୍ୟୁ ହୋଇଯାଇଛି। ସଥିଜଣକ ଜିବନ ବଞ୍ଚାଇ ଜଙ୍ଗଲ ବାହାରକୁ ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲା। ପରିବାର ଲୋକ ମହାବିରୋଡ଼ ରେଞ୍ଜର ଙ୍କୁ ଏ ବିଷୟରେ ସୂଚନା ଦେଇଥିବା ବେଳେ ରେଞ୍ଜର ଓ ଅନ୍ୟ ବନ୍ୟକର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ରଞ୍ଜିତ ଙ୍କୁ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ l ତେବେ ଶବ ଜବତ କରି ବ୍ୟବଛେଦ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି। ବନବିଭାଗ। ରଞ୍ଜିତ ଙ୍କ ପରିବାର କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l
