ନିଆରା ଢଙ୍ଗରେ ପାଳିତହେଲା ୭୮ ତମ ସ୍ୱାଧୀନତା ଦିବସ

ନିଆରା ଢଙ୍ଗରେ ପାଳିତହେଲା ୭ ୮ ତମ ସ୍ୱାଧୀନତା ଦିବସ l ପରେଡ ରେ ଶୋ ପଦର୍ଶନ କଲେ ପ୍ରଜ୍ଞାନ ରଥ l ଯୋଗଦେଲେ ଯାଜପୁର ସାଂସଦ ଓ ବିଧାୟକ l ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ତରଫରୁ ୭୮ ତମ ସ୍ବାଧିନତା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଯାତୀୟ ପତାକା ଉତ୍ତୋଳନ କରିଥିଲେ l

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ୟାରେଡ ରେ ଭାଗ ନେଇ ଦୁଇଟି ପ୍ରଜ୍ଞାନ ରଥରେ ବିଭିନ୍ନ କଳାକୌଶଳ ରେ ନିର୍ମିତ ଦେଶପାଇଁ ବଳିଦାନ ଦେଇଥିବା ନେତା ଓ ସହିଦ ଏବଂ ପଲିଅଞ୍ଚଳ ର ଚିତ୍ର ପଟକୁ ସ୍ଥାନ ଦେଇ ପରେଡ ରେ ସାମିଲ କରାଯାଇଥିଲା l.ଏହି କାର୍ଯ୍ୟକ୍ରମରେ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ଯାଜପୁର ସାଂସଦ ଶ୍ରୀଯୁକ୍ତ ରବି ନାରାୟଣ ବେହେରା, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ବଳ, ଧର୍ମଶାଳା ରାଜସ୍ବ ଅଧିକାରୀ ଶୁଭଙ୍କର ମହାନ୍ତି ଓ ଥାନା ଅଧିକାରୀ ତପନ କୁମାର ନାୟକ ଅତିଥି ଭାବେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ..ସାମ୍ବାଦିକ, ପୁଲିସ, ସମାଜସେବୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଭା ମାନଙ୍କୁ ସ୍ୱାଗତ କରାଯାଇଥିଲା l

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *