ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ଵାରା ଆସିକା ଉପ କାରାଗାରରେ ରକ୍ଷା ବନ୍ଧନ ପର୍ବ ପାଳିତ l

ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ଵାରା ଆସିକା ଉପ କାରାଗାରରେ ରକ୍ଷା ବନ୍ଧନ ପର୍ବ ପାଳିତ | ଆସିକା ଉପ-କାରାଗାରରେ ଅଧ୍ୟକ୍ଷ ଖଗେଶ୍ଵର ସିଂ ଙ୍କ ସଂଯୋଜନା ରେ ଅନ୍ତେବାସୀଙ୍କ ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାର ଅନ୍ତେବାସୀ ଭଉଣୀ ଭାଇ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ରକ୍ଷାବନ୍ଧନର ଆଧ୍ଯାତ୍ମିକ ସନ୍ଦେଶ ପ୍ରଦାନ କରିଥିଲେ l

ଏହି ପରିପ୍ରେକ୍ଷୀରେ ସମସ୍ତ ଅନ୍ତେବାସୀ ପରମାତ୍ମାଙ୍କ ରକ୍ଷା ସୂତ୍ର ଧାରଣ କରି ଶିବପିତାଙ୍କ ସ୍ମୃତିରେ ରହି ଜୀବନକୁ ପରିବର୍ତ୍ତନ କରିବା ପାଇଁ ସଂକଳ୍ପ କରିଥିଲେlକାର୍ଯ୍ୟକ୍ରମ ଶେଷରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସମସ୍ତ ଅନ୍ତେବାସୀଙ୍କୁ ସହଜ ରାଜ ଯୋଗର ଅଭ୍ୟାସ କରାଇବା ସହ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ଦ୍ଵାରା ଓଡିଆରେ ପ୍ରକାଶିତ ମାସିକ ଆଧ୍ଯାତ୍ମିକ ପତ୍ରିକା ଜ୍ଞାନ ଦର୍ପଣ ବିତରଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସବ-ଆସିଷ୍ଟାଣ୍ଟ ଜେଲର ହରି କୃଷ୍ଣ ବେହେରା , ଫାର୍ମାସିଷ୍ଟ ଉମାକାନ୍ତ ସାହୁ,ୱାର୍ଡର ହରି ହର ବେହେରା, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ସାହୁ,ବିଜୟା ନନ୍ଦ ରାଉତ, ରାଜେଶ କୁମାର ସାହୁ ଓ ସୁବାଷ୍ ଡାକୁଆ,ସୁକାନ୍ତ ନାୟକ, ତିଳୋତ୍ତମା କହଁର, ମଞ୍ଜୁବାଳl ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ସୁଜ୍ଞାନୀ, ସୁମିତ୍ରା, ବ୍ରହ୍ମାକୁମାର ସତ୍ୟପ୍ରିୟ, ସୁନୀଲ,ଯୋଗୀ, ମଙ୍ଗୁଳୁ ,ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *