କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରତିବାଦ ଶୋଭାଯାତ୍ରା

କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରତିବାଦ ଶୋଭାଯାତ୍ରା lକୋଲକତା ସ୍ଥିତ ଆର ଜି କର ହସ୍ପିଟାଲ ରେ କାର୍ଯ୍ୟରତ ଡାକ୍ତର ମୋମିତା ଦେବନାଥ ଙ୍କୁ କାର୍ଯ୍ୟରତ ସମୟରେ ଅମାନୁଷିକ ଭାବରେ ବଳାକ୍ତାର ଓ ହତ୍ୟା ପ୍ରତିବାଦ ରେ ଆଜି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ଓ ସମସ୍ତ କର୍ମଚାରୀ ମିଳିତ ଭାବରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରା ରେ ବିଭିନ୍ନ ସ୍ଲୋଗାନ ଦେଇ ଧରାକୋଟ ଥାନା ପର୍ଯ୍ୟନ୍ତ ଯାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପୋଲିସ ପେଟ୍ରୋଲିଂ,ଲୋକଙ୍କୁ ସଚେତନ କରାଇବା ସହ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିବାଦ ଶୋଭାଯାତ୍ରାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ,ଡାକ୍ତର ନିବେଦିତା ସାହୁ,ଡାକ୍ତର ଶୁଭମ ବାରା,ଡାକ୍ତର ସୌମ୍ୟ ଶ୍ରୀକ୍ଷେତ୍ର ଗୌଡ଼,ଡାକ୍ତର ସଚ୍ଚିଦାନନ୍ଦ ବିଶୋଇ,ଡାକ୍ତର ସୁକାନ୍ତ ପାତ୍ର,ଡାକ୍ତର ଶଙ୍କର ନାରାୟଣ ବେହେରା,ଫାର୍ମାସୀ ଅଫିସର କେଦାରନାଥ ଆଚାର୍ଯ୍ୟ, ସୌଭାଗ୍ୟ ନାହାକ,ବିଜୟ ଲକ୍ଷ୍ମୀ ସାହୁ,ବି ପି ଏମ ଗୋଲକ ନାରାୟଣ ଗରିଆଗଡୁ,ଜୟଶ୍ରୀ ବେହେରା,ଅଞ୍ଜନା ଖଣ୍ଡୁଆଳ ଓ ଗୀତାରାଣୀ ସେଠୀ ଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *