ପୋଲିସ ଛାଉଣୀରେ ଜନଶୁଣାଣୀ


ଟାଟା ଷ୍ଟିଲ୍ ଲିଃ. ର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଂଟର କ୍ଷମତା ବୃଦ୍ଧି ନିମନ୍ତେ ଜନ ଶୁଣାଣିରେ ଲୋକଙ୍କ ବିରୋଧ।
କ୍ଷତିଗ୍ରସ୍ତ ଲୋକଙ୍କୁ ଜନଶୁଣାଣୀ ରେ କହିବା ପାଇଁ ସୁଯୋଗ ଦେଲେନୀ ପ୍ରଶାସନ ଓ ଟାଟା ଷ୍ଟିଲ କମ୍ପାନୀ

କେନ୍ଦୁଝର;- ଜିଲ୍ଲା ଯୋଡ଼ା ଠାରେ ଥିବା ଟାଟା ଷ୍ଟିଲ୍ ଲିଃ. ର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଂଟର କ୍ଷମତା ବୃଦ୍ଧି ନିମନ୍ତେ ପରିବେଶ ସଂକ୍ରାନ୍ତିୟ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ପୂର୍ବରୁ ଗତ ଅପ୍ରେଲ ୨୬ ତାରିଖରେ ଏହି ଜନ ଶୁଣାଣି ହେବାର ଥିଲା, ମାତ୍ର କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା । ଟାଟା ଷ୍ଟିଲର ଜନଶୁଣାଣୀ ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନକୁ ହାତ ବାରିସ କରି ଖଣି କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା କଥା ନ ଶୁଣି କମ୍ପାନୀର ଚାଟୁକାରି କରୁଥିବା ଲୋକଙ୍କୁ କମ୍ପାନୀ ପୂର୍ବରୁ ଜନଶୁଣାଣୀ ସ୍ଥାନରେ ଏକତ୍ରିତ କରି ନିଜ ସପକ୍ଷରେ ମତ ଦେବାପାଇଁ ସଫଳ ହୋଇଥିଲେ । ଟାଟା ଷ୍ଟିଲର ଜନଶୁଣାଣୀ କୁ ବିରୋଧ କରୁଥିବା ଲୋକଙ୍କୁ କମ୍ପାନୀ ର ଚାଟୁକରି କରୁଥିବା ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନ କୁ ଲଗାଇ ଘଉଡ଼ାଇ ଦେଇଥିବା ଖଣି କ୍ଷତି ଗ୍ରସ୍ତ ଲୋକମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ଦିନ ଧରି କମ୍ପାନୀ ଏଠାରେ କାର୍ଯ୍ୟ କରୁଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଲୋକଙ୍କ ନିଯୁକ୍ତି ସମେତ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା କହିଥିବାବେଳେ କମ୍ପାନୀ କିଛି ଦଲାଲ ଙ୍କୁ ଧରି ଲୋକଙ୍କୁ ପ୍ରଭାବିତ କରି ଜନଶୁଣାଣୀ କରିଥିବା କାହିଁଛନ୍ତି ଅଭିଯୋଗ କାରି ଅନ୍ୟ ପଟରେ କମ୍ପାନୀ କତ୍ତୃପକ୍ଷ ଜନଶୁଣାଣୀ ନେଇ ସର୍ବ ସାଧାରଣ ସ୍ଥାନରେ ନ କରି ନିଜର ପାଚେରୀ ଘେରା ସ୍ଥାନରେ ଜନଶୁଣାଣୀ କରିଥିବାବେଳେ ଵିରୋଧ କରୁଥିବା ବହୁ ଲୋକଙ୍କ ଭିତରକୁ ଛାଡି ନ ଥିବାବେଳେ ଜନଶୁଣାଣୀ ଗେଟ ବାହାରେ ଲୋକ ପ୍ରବଳ ଵିରୋଧ କରିଥିଲେ, ପୋଲିସ ଓ ଜିଲା ପ୍ରଶାସନ କୁ ଖଣି କତ୍ତୃପକ୍ଷ ନିଜ ସପକ୍ଷରେ ନେଇ ବଳ ପୂର୍ବକ ଜଣ ଶୁଣାଣି କରିଥିବାବେଳେ ଏହାକୁ ଖଣି କ୍ଷତିଗ୍ରସ୍ତ ଲୋକେ ଵିରୋଧ କରିଛନ୍ତି, ସୂଚନାଯୋଗ୍ୟ ଯେ ଖଣିରୁ ବାର୍ଷିକ ଖଣିଜ ଉତ୍ପାଦନ ୧୨ ନିୟୁତ ଟନରୁ ୧୯.୫ ନିୟୁତ ଟନକୁ ସଂପ୍ରସାରଣ ସହ ସର୍ବମୋଟ ୨୨.୯୪ ନିୟୁତ ଟନ୍ କରାଯିବା ସହ ବେନିଫିସେସନ ପ୍ଲାଂଟର କ୍ଷମତା ୧୨ ନିୟୁତ ଟନରୁ ୧୭.୬ ନିୟୁତ ଟନକୁ ବୃଦ୍ଧି କରିବା ସକାଶେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । କିଛି ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ଖଣିଜ ଉତ୍ପାଦନର ସଂପ୍ରସାରଣ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବାର ଲୋଭ ଦେଖାଇଥିବାବେଳେ କମ୍ପାନୀ ଏଠାରେ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ସମୟଧରି କାର୍ଯ୍ୟ କରିଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ କରିବାରେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ତେବେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳବାସୀ ଏହି ଜନ ଶୁଣାଣୀରେ କମ୍ପାନୀକୁ ସମର୍ଥନ କରିନଥିବାବେଳେ ଲୋକଙ୍କୁ ଭୁଆଁ ବୁଲେଇ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ଗୁଡ଼ିଏ କାର୍ଯ୍ୟ କରିବା ନେଇ କମ୍ପାନୀ ପୁନର୍ବାର ପ୍ରତିଶୃତି ଦେଇଥିବା ଜଣାପଡିଛି । ଏହି ଜନଶୁଣାଣୀ ରେ କେନ୍ଦୁଝର ଜିଲ୍ଲା, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଂଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଏହି ଜନ ଶୁଣାଣୀକୁ ପରିଚାଳନା କରିଥିଲେ ।
କେନ୍ଦୁଝରରୁ ମନୋଜ କୁମାର ବେହେରା

Leave a Reply

Your email address will not be published. Required fields are marked *