ନାଟଙ୍ଗା ମଣ୍ଡଳ ର ନିର୍ବାଚନୀ କାର୍ଯ୍ୟକ୍ରମ ର ଘୋର ଅନିୟମିତତା
ନାଟଙ୍ଗା ମଣ୍ଡଳ ର ନିର୍ବାଚନ କୂଳ ସମ୍ବିଧାନ କୁ ଉପେକ୍ଷା କରିଥିବା ହେତୁ କୂଳପ୍ରେମି ଙ୍କ କ୍ଷୋଭ ପ୍ରକାଶ। ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ନାଟଙ୍ଗା ମଣ୍ଡଳ ଅଧିନସ୍ଥ ପାଟୁଳିସାହି ଗ୍ରାମ ବଜରଙ୍ଗି ମନ୍ଦିର ପ୍ରାଙ୍ଗଣ ରେ ଆଜ ଦିନ ପୂର୍ବାହ୍ନ ୧୦ଘଣ୍ଟା ସମୟେ ୪୮ ପଲ୍ଲୀ ପରିଷଦ ରୁ ୩୦ ପଲ୍ଲୀ ପରିଷଦ ର ପଲ୍ଲୀ ସଭାପତି ଓ କର୍ମ କର୍ତ୍ତା ପ୍ରାୟ ୫୦୦ବ୍ୟକ୍ତି ବିଶେଷ କୁ ନେଇ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।୩୦ ପଲ୍ଲୀ ର ସମସ୍ତ କର୍ମ କର୍ତ୍ତା ଙ୍କ ଅନୁରୋଧ କ୍ରମେ (୬/୦୮/୨୦୨୪ ର ସାରା ଓଡ଼ିଶାର କର୍ମ କର୍ତ୍ତା ବୃନ୍ଦ ନିର୍ବାଚିତ କରିଥିବା କେନ୍ଦ୍ର ସଦସ୍ୟ ଙ୍କୁ ) କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି, ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ, କାର୍ଯ୍ୟ ନିର୍ବାହି ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ବଂଶୀଧର ନାହାକ ଙ୍କ ସଂଗେ ୬ ମଣ୍ଡଳ ସଭାପତି – ଶ୍ରୀ ସଞ୍ଜୟ କୁମାର ରାଉତ ( ଖଲିଙ୍ଗି ମଣ୍ଡଳ), ଶ୍ରୀ କବିରାଜ ମାହାନ୍ତି ( ଜକର ମଣ୍ଡଳ), ଶ୍ରୀ କାଳୁ ଚରଣ ପ୍ରଧାନ (ବରଗାଁ ମଣ୍ଡଳ), ଶ୍ରୀ ଭଗବାନ ମାହାନ୍ତି (ଗହଙ୍ଗୁ ମଣ୍ଡଳ), ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ସମତେ ୫୦୦ ରୁ ଉର୍ଦ୍ଧ୍ୱ କର୍ମ କର୍ତ୍ତା ଉପସ୍ଥିତ ଥିଲେ। ପୂର୍ବତନ ସଭାପତି ଶ୍ରୀ ପ୍ରହଲ୍ଲାଦ ଲେଙ୍କା ଙ୍କ ପୁନର୍ବାର ସଭାପତି ପଦ ପାଇଁ ଲୋଭାଗ୍ରସ୍ଥ ହୋଇ ନିଜ ମଣ୍ଡଳ ରେ ନିର୍ବାଚନ ରେ ଅନିୟମିତତା କରି ନିଜର ଅନୁଗାମୀ କୁ ନିର୍ବାଚିତ କରାଇଥିଲେ। ସେମାନଙ୍କ ଦ୍ବାରା ସଭାପତି ଆସନ ହାତେଇବା ସକାଶେ।

ସମ୍ବିଧାନ ବିରୋଧି କାର୍ଯ୍ୟ କରୁଥିବା ଯୋଗୁଁ ସଚେତକ ମଣ୍ଡଳି ଙ୍କ ଆବାହନ କ୍ରମେ ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ବାରା ନବ ନିର୍ବାଚିତ କୂଳାଧିପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ବୈଠକରେ ଶ୍ରୀ ପ୍ରହଲ୍ଲାଦ ଲେଙ୍କା ଙ୍କ କାର୍ଯ୍ୟ କଳାପ କୁ ନିନ୍ଦା କରାଯାଇଛି।ନାଟଙ୍ଗା ମଣ୍ଡଳ ର ସମସ୍ତ ପଲ୍ଲୀ ପରିଷଦ ସଭାପତି ଓ କର୍ମ କର୍ତ୍ତା ଅନୁରୋଧ କରିଛନ୍ତି ପୁଣି ତାଙ୍କ ମଣ୍ଡଳ ର ସମସ୍ତ ପଲ୍ଲୀ ଠୁ ନେଇ ମଣ୍ଡଳ ପର୍ଯ୍ୟନ୍ତ ପୁଣି ନିର୍ବାଚନ କରିବାପାଇଁ।
