ପାରିବାରିକ କଳହ କୁ କେନ୍ଦ୍ରକରି ପଡୋଶୀଙ୍କ ଠେଙ୍ଗାମାଡ଼ ରେ ଜଣେ ମୃତ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଶିଣପୁର ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ରକରି ପଡୋଶୀ ଙ୍କ ଠେଙ୍ଗା ମାଡ଼ ରେ ରେ ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ସେହି ଗ୍ରାମର ଶତ୍ରୁଘନ ସେଠୀ ହୋଇଥିବା ଜଣାପଡିଛି l ଶତ୍ରୁଘନ ଙ୍କ ପତ୍ନୀ ଙ୍କ ସହ ପଡୋଶୀ ଙ୍କୁ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିବା ବେଳେ ଶତ୍ରୁଘନ ଘରେ ରହିଥିବା ସମୟରେ ପଡୋଶୀ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ l ଶତ୍ରୁଘନ ଙ୍କ ପରିବାର ସଦସ୍ୟା ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତକ ଙ୍କ ପତ୍ନୀ ଲିଖିତ ଅଭିଯୋଗ ପରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି l
