ଲକ୍ଷେ ଟଙ୍କା ସହ ଡକାୟତ କୁ ମାଡ଼ିବସିଲା ପୋଲିସ

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳ ରେ ଡକାୟତି ଓ ଲୁଟ ବଢିଚାଲିଥିବା ବେଳେ ବାସୁଦେବପୁର ପୋଲିସ ପାଇଁ ଏହି ଲୁଟେରା ଓ ଡକାୟତ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଲୋପାମୁଦ୍ରା ନାୟକ ଯୋଗ ଦେବା ପରେ ଅପରାଧୀ ମାନଙ୍କୁ ଧରିବା ପାଇଁ ଆରମ୍ଭ କରିଦେଇଛନ୍ତି ସର୍ଚ୍ଚ ଅପେରସନ। ସୂଚନା ଯୋଗ୍ୟ ଗତ ଜୁଲାଇ ଷୋହଳ ତାରିଖ ରାତିରେ ବାସୁଦେବପୁର ଥାନା ଅଲବଗା ଗ୍ରାମର ସିକନ୍ଦର ସାହାଜୀ ଙ୍କ ତଳ ଘର କବାଟ ଭାଙ୍ଗି ଆଲମିରା ରେ ଥିବା ଲକ୍ଷାଧିକ ଟଙ୍କା, ସୁନା ଗହଣା ସହ ଏକ ଆଣ୍ଡ୍ରଏଡ଼ ମୋବାଇଲ ଲୂଟ କରି ଡକାୟତ ମାନେ ଫେରାର ହୋଇ ଯାଇଥିଲେ। ଏନେଇ ସିକନ୍ଦର ଜୁଲାଇ ସତର ତାରିଖ ରେ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା କୁ ଗୁରୁତର ସହ ନେଇ କେସ ନମ୍ବର 528ମୁଳେ ଭାରତୀୟ ନ୍ୟାୟ ସଂହିତା ଦଫା 331(4)/305 ମୁଳେ ମାମଲା ରଜ୍ଜୁ କରି ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଥିଲା। ସଦର ଏସ. ଡ଼ି. ପି. ଓ ସୌରଭ ଓତା ଓ ଆଇ. ଆଇ. ସି ଲୋପାମୁଦ୍ରା ନାୟକ ଙ୍କ ତତ୍ୱାବଧାନ ରେ ତଦନ୍ତକାରୀ ଅଧିକାରୀ ଭାଗ୍ୟଜିତ ନାୟକ ଏହି ଡକାୟତି ଘଟଣା ରେ ସମ୍ପୃକ୍ତ ଅଲବଗା ଗ୍ରାମ ର ଅମିତ ଓରଫ ଉଷୁମାନ ସାହାଜୀ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ଘଟଣା ରେ ସମ୍ପୃକ୍ତ ଫେରାର ଜୁମରାତି ସାହାଜୀ କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ଏସ. ଡ଼ି. ପି. ଓ. ସୌରଭ ଓତା ସୁଚନା ଦେଇଛନ୍ତି। ଅପରାଧୀ ମାନଙ୍କୁ ଧରିବା ପାଇଁ ବାସୁଦେବପୁର ପୋଲିସ ର ତତ୍ପରତା କୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *