ବ୍ରହ୍ମପୁର ପୋଲିସ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ l
ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ପୋଲିସର ବରିଷ୍ଠ ଏବଂ କନିଷ୍ଠ ଦଳ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନିୟର ଦଳ ୨-୧ ଗୋଲରେ ସିନିୟର ଦଳ ଙ୍କୁ ହରାଇ ବିଜୟ ହାସଲ କରିଛି l ଜୁନିୟର ଦଳ ପକ୍ଷରୁ ସଞ୍ଜୟ ଏବଂ ରାଜେଶ ଗୋଟିଏ ଲେଖାଏଁ ଗୋଲ କରିଥିବା ବେଳେ ସିନିୟର ଦଳ ପକ୍ଷରୁ ଇ ସୁନ୍ଦର ବାବୁ ଗୋଟିଏ ଗୋଲ ନିଜ ଟିମ ସପକ୍ଷରେ ନେବାରେ ସକ୍ଷମ ହୋଇଥିଲେ lମୁଖ୍ୟ ଅତିଥି ଭାବେ ଆର. ଆଇ ଏମ. ଲଷ୍ମୀରଞ୍ଜନ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆୟୋଜିତ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ କୁ ଗୋପାଳ ପଣ୍ଡା ପରିଚାଳନା କରିଥିବା ବେଳେଆୟୋଜକ ଭାବେ ବ୍ରହ୍ମପୁର ପୋଲିସର ଏମ.ଡି,ଅହମ୍ମଦ, ମହେନ୍ଦ୍ର ବେହେରା, ଭୋଜମନ ପ୍ରଧାନ,ରଞ୍ଜିତ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାର ହାବିଲଦାର ଏବଂ କନେଷ୍ଟବଳ ସଂଘର ସଭାପତି ନୟନ ଆଚାର୍ଯ୍ୟ ,ସମ୍ପାଦକ ପ୍ରଶାନ୍ତ ମାର୍ଥା ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l
