କବିସୂର୍ଯ୍ୟନଗରରେ ଲକ୍ଷପତି ଦିଦି ଯୋଜନା ର ଲକ୍ଷ୍ୟ କର୍ମଶାଳା
ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ନିର୍ଦେଶ କ୍ରମେ କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ର ସଭା ଗୃହ ଠାରେ ଓଡିଶା ଜୀବିକା ମିଶନ,ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ମାନଙ୍କୁ ସମ୍ବଦ୍ଧନା ସଭା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ l ଓଡିଶା ଜୀବିକା ମିଶନ ର ବ୍ଲକ ପରିଚାଳକ ରାଜା କିଶୋର ସାହୁ, ମିଶନ ଶକ୍ତି ର ପ୍ରକଳ୍ପ ସଂଯୋଜକ ଲୋକନାଥ ମଣ୍ଡଳ , ବ୍ଲକ ଜୀବିକା ସଂଯୋଜକ ଗଣେଶ କୁମାର ସାହୁ, ଙ୍କ ସମେତ ୨୧ ଗୋଟି ପଞ୍ଚାୟତ ରୁ ଏମବିକେ , ବ୍ୟାଙ୍କ ମିତ୍ର , ଏବଂ ସିଆରପି ମାନେ ପୂର୍ଣ ସହଯୋଗ କରିବା ସହିତ ମୋଟ ୧୫୦ ଜଣ ଲକ୍ଷପତି ଦିଦି ଙ୍କୁ ସାଟିଫିକେଟ ଦେଇ ସମ୍ନାନିତ କରାଯାଇଥିଲା l ଉକ୍ତ ସଭା ରେ କିପରି ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଆଗାମୀ ଦିନ ରେ ଓଡିଶା ଜୀବିକା ମିଶନ ର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷପତି ଦିଦି ହୋଇ ପାରିବେ ସେହି ବିଷୟ ରେ ଦୃଷ୍ଟି ଦେବା ସହିତ କିପରି ସମସ୍ତ ସଦସ୍ୟl ସ୍ୱାବଲମ୍ବୀ ହୋଇ ପାରିବେ ତା ପ୍ରତି ଧ୍ୟାନ ଦେବା କୁ ଗୁରୁତ୍ୱାରୋପ କରାଗଲା।
