ଆପଣଙ୍କ ଛୋଟ ପ୍ରୟାସ ଅନ୍ୟମାନଙ୍କ ଜୀବନ ବଞ୍ଚିବାର ଦ୍ୱିତୀୟ ସୁଯୋଗ ଦେଇପାରେ

ଯାଜପୁର ରୋଡ ସ୍ଥିତ ବ୍ୟାସନଗର ପବ୍ଲିକ୍ ସ୍କୁଲ ପରିସରରେ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ର ଚେୟାରମ୍ୟାନ ତଥା ପ୍ରିନ୍ସସିପାଲ ଡ଼ା ଦେବସ୍ମିତା ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଭୁ ଅର୍ଜନ ଅଧିକାରୀ ନମ୍ରତା ମୋଦି ଓ ସନମାନିତ ଅତିଥି ଭାବେ ଯାଜପୁର ରୋଡ ଫୋରେଷ୍ଟ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍କୁଲ ର ପ୍ରତିଷ୍ଠାତା ତଥା ପ୍ରିନ୍ସସିପାଲଙ୍କ ପୂଜନୀୟ ପିତା ସ୍ବର୍ଗତ କଳ୍ପତରୁ ସାହୁ ଙ୍କ ୮୪ତମ ସ୍ମୃତି ଉଦେଶ୍ୟ ରେ ପ୍ରତି ବର୍ଷ ଏହି ଦିନରେ ସ୍କୁଲରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥାଏ l ଏହି ଶିବିର ରେ ସମସ୍ତ ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ସହଯୋଗ କରିଥାନ୍ତି ବୋଲି ଚେୟାରମ୍ୟାନ କହିଥିଲେ l ଯେହେତୁ ଆଜି ପ୍ରତିଷ୍ଠାତା ଙ୍କ ୮୪ତମ ଜନ୍ମବାର୍ଷିକୀ ଆମେ ଆଶା କରିଛୁ ଏହି ରକ୍ତଦାନ ଶିବିର ରେ ୮୪ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯିବ ବୋଲି ଆଶା କରାଯାଇଥିବା ଡ଼ା ଦେବସ୍ମିତା ସାହୁ କହିଛନ୍ତି l ସେପଟେ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର କହିଥିଲେ ଯେ ସମସ୍ତେ ନିଜନିଜ ଜନ୍ମଦିନରେ କେକ୍ କାଟିବା ସହ ରକ୍ତଦାନ କରନ୍ତୁ ଆଉ ଗୋଟେ ଗୋଟେ ଗୋଟେ ଗଛ ଲଗାଇ ନିଜକୁ ଗର୍ବ ଅନୁଭବ କରିବା ସହିତ ଏଭଳି ପୁଣ୍ୟ କରି ଅନ୍ୟମାନଙ୍କ ଜୀବନ ବଞ୍ଚନ୍ତୁ l

Leave a Reply

Your email address will not be published. Required fields are marked *