ଜନ୍ମ ଦିନରେ ମହତ ନିଷ୍ପତ୍ତି
ମୃତ୍ୟୁ ପରେ ଶରୀରର ବିଭିନ୍ନ ଅଙ୍ଗକୁ ଦାନ କରିବେ ସମାଜ ସେବୀ ବାଇଧର l ସମାଜରେ ଅନେକ ସମୟରେ ଲୋକମାନେ ବିଭିନ୍ନ କାର୍ଯ୍ୟକରି ପ୍ରସଂଶା ସାଉଁଟି ଥାନ୍ତି। ଏଭଳି ଏକ ମହତ୍ କାର୍ଯ୍ଯ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୋରଡା ଅଞ୍ଚଳର ଜଣାଶୁଣା ସମାଜସେବୀ ବାଇଧର ସ୍ଵାଇଁ। ସେ ନିଜର ୩୬ ତମ ଜନ୍ମ ଦିନଟିକୁ ନିଆରା ଢଙ୍ଗରେ ପାଳନ କରିବା ସହ ମୃତ୍ୟୁପରେ ଶରୀରର ସମସ୍ତ ମୁଖ୍ୟ ଅଙ୍ଗ ଓ ଟିସୁକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇ ଚୁକ୍ତିନାମା କରିଛନ୍ତି। ଏଥି ସକାଶେ ସେ ସୋମବାର କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ସହ ଚକ୍ତି କରିଛନ୍ତି। ସମାଜ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଏବଂ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡ. ପ୍ରଭାତ ଆଚାର୍ଯ୍ୟ ଉପସ୍ଥିତ ରହି ତାଙ୍କୁ ବାଇଧରଙ୍କୁ ପ୍ରସଂଶା କରି ଉପଢୌକନ ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ଚୁକ୍ତି କରିଥିବା ବାଇଧର ଆବଶ୍ୟକ ପଢୁଥିବା ବ୍ୟକ୍ତିଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇ ଜୀବନ ବଞ୍ଚାଯାଇ ପାରିବ ବୋଲି କହିଛନ୍ତି। ଅପରାହ୍ନରେ ଭୁବନେଶ୍ବର ବମିଖାଲ ଠାରେ ଥିବା ମା ଆନନ୍ଦ ଆଶ୍ରମ ରେ ଥିବା ଅନାଥ ଶିଶୁ ମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରି ସମୟ ଅତିବାହିତ କରି ନିଜ ସମୟ ଜନ୍ମଦିନଟିକୁ ନିଆରା ଢଙ୍ଗରେ ପାଳନ ସହ ଖୁସି ବ୍ୟକ୍ତ କରିଛନ୍ତି।
