ହତ୍ୟାକାଣ୍ଡ ଘଟଣାକୁ ନେଇ ମୁକୁନ୍ଦ ପ୍ରସାଦ ଅଞ୍ଚଳରେ ୧୬୩ ଧାରା

ହତ୍ୟାକାଣ୍ଡ ଘଟଣାକୁ ନେଇ ମୁକୁନ୍ଦ ପ୍ରସାଦ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ଥିବା ବେଳେ ଏହି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଡ଼ାସାହିର ବିଶ୍ବଜିତ ମହାରଣା ଓ ମୁକେଶ ସେଠୀ ସହିତ ଜଗତସିଂହପୁର ଅଞ୍ଚଳର ଆକାଶ ପଟ୍ଟନାୟକକୁ ଗିରଫ କରିଛି ପୋଲିସ । ହେଲେ ଏବେ ମଧ୍ୟ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁକୁନ୍ଦ ପ୍ରସାଦ ଅଞ୍ଚଳ । ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଏକ ପ୍ରେସମିଟ୍ ମାଧ୍ଯମରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର।

Leave a Reply

Your email address will not be published. Required fields are marked *