କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶୁଣାଣୀ
କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସର ଠାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜଙ୍କ ଦ୍ୱାରା ଜନସାଧାରଣଙ୍କ ଅଭିଯୋଗର ମିଳିତ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବ୍ୟକ୍ତିଗତ ଅଭିଯୋଗ ୪୨ ଗୋଟି ଏବଂ ସାମୁହିକ ଅଭିଯୋଗ ୩୮ ଗୋଟି ଏହିଭଳି ଭାବେ ସର୍ବମୋଟ ୮୦ ଗୋଟି ଅଭିଯୋଗ ଗୁଡ଼ିକର ଶୁଣାଣି କରି ସମାଧାନ ତଥା କାର୍ଯ୍ୟକାରିତା ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶମାନ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ରୀନା ପ୍ରଧାନ, ସମନିତ୍ୱ ଆଦିବାସୀ ଉନୟନ ସଂସ୍ଥା ଅଧିକାରୀ କୃପାସିନ୍ଧୁ ବେହେରା, ରାଇକିଆ ବି ଡି ଓ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା, ଆଇ. ପି. ଏସ ଅଧିକାରୀ ଶୁଭେନ୍ଦୁ କୁମାର ପାତ୍ର, ଙ୍କ ସହିତ ବ୍ଲକ ର ବିଭିନ୍ନ କାର୍ଯ୍ୟରତ ସରକାରୀ ଉପସ୍ଥିତ ରହିଥିଲେ।ଆଜିର ସମସ୍ତ କାର୍ଯ୍ୟକ୍ରମ କୁ କମଳ କାନ୍ତ ନାୟକ ପରିଚାଳନା କରିଥିଲେ।
