ସୁଭଦ୍ରା ଯୋଜନା ସମ୍ପର୍କିତ ପୂର୍ବପ୍ରସ୍ତୁତି ବୈଠକ

ଓଡିଶା ସରକାର ମହିଳା ଓ ଶିଶୁ ବିକାଶର ନିର୍ଦେଶ ଅନୁଯାୟୀ ସୁଭଦ୍ରା ଯୋଜନାର କାର୍ଯ୍ୟପ୍ରଣାଳୀ ସମ୍ପର୍କିତ ପୂର୍ବପ୍ରସ୍ତୁତି ବୈଠକ କବିସୂର୍ଯ୍ୟନଗର ପଂଚାୟତ ସମିତି ବୈଠକ ଗୃହରେ ଆଲୋଚନା ହୋଇଯାଇଛି l ବିଡିଓ ସୁଶ୍ରୀ ସାଗରୀକା ଷଢଙ୍ଗୀ ତତ୍ୱାବଧାନରେ ସିଡିପିଓ ବୀଣାପାଣି ମିଶ୍ର, ଏବିଡ଼ିଓ ନାରାୟଣ ବେହେରା, ଶିକ୍ଷକ ଦିବାକର ଶତପଥୀ ମଂଚାସୀନ ଅତିଥି ଥିଲେ l ଅତିଥି ସୁଭଦ୍ରା ଯୋଜନା ଉପଲବ୍ଧି ସମ୍ପର୍କିତ ସୂଚନା ଦେଇଥିଲେ l ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଡାଟା ଏଣ୍ଟ୍ରି ଅପେରେଟର, ମୋ ସେବାକେନ୍ଦ୍ର ଅଧିକାରୀ ଓ ପରିଚାଳକ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *