ଭାରତୀୟ ଜନତା ପାର୍ଟି ମେମ୍ବର କର୍ମ ଶାଳା ଗେଲପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ଭଦ୍ରକ ଜିଲ୍ଲା ଗେଲପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମନୋଜ ମଲ୍ଲିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ସିତାଂସୁ ଶେଖର ମହାପାତ୍ର,ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି,ରାଜ୍ୟ ସମ୍ପାଦକ ସରୋଜ କର,ବିଜେପି ନେତା ଡକ୍ଟର ସୁଧାଂଶୁ ନାୟକ, କମଳା ସୂତାର,ବାଣୀ କଲ୍ୟାଣ ମହାନ୍ତି,ବଦ୍ରି ନାରାୟଣ ଧଳ,ନାରୀ ନେତ୍ରୀ ମନୁସ୍ମିତା ଖୁଣ୍ଟିଆ,ମାନସୀ ମଞ୍ଜରୀ ରାୟ ପାଢ଼ୀ, ପ୍ରମୁଖ ଯୋଗ ଦେଇ ବିଜେପି ସଦସ୍ୟତା ଅଭିଯାନ ରେ ସାମିଲ ହୋଇ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନକଲ୍ୟାଣକାରି ଯୋଜନା ସମସ୍ତ ଙ୍କ ଘରେ ଘରେ ପହଞ୍ଚାଇବା,ସମସ୍ତେ ଏକ ଯୁଟ ହୋଇ କାର୍ଯ୍ୟ କରିବା ସହ ଭାରତବର୍ଷକୁ ଏକ ସର୍ବବୃହତ ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତେ ସଙ୍କଳ୍ପନେବାକୁପରାମର୍ଷଦେଇଥିଲେ।

Leave a Reply

Your email address will not be published. Required fields are marked *