କୋଣାର୍କ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଅଗଷ୍ଟ ମାସ ୩୧ତାରିଖରେ ସାରା ଦେଶରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ କୋଣାର୍କ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ ରୁ ପ୍ରଭାତ ଫେରି ଓ ରାମଧୁନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏନେଇ ଏନଏସି ପରିସରରେ ସାଧାରଣ ସଭା ଆୟୋଜିତ ହୋଇଥିଲା। ବିଧାୟକ, କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଧଳଙ୍କ ସହ ଅଧକ୍ଷା, ଉପାଧକ୍ଷ ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ। କାର୍ଯ୍ଯନିର୍ବାହୀ ଅଧିକାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଚତୁର୍ଥଶ୍ରେଣୀ ସ୍ୱଚ୍ଛ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ, ରୋଗୀ ଓ ଅସହାୟଙ୍କୁ ଫଳ ବଣ୍ଟନ, ଏନଏସି ପରିସରରେ ନାରିକେଳ ବୃକ୍ଷ ରୋପଣ, ତିନି ଜଣଙ୍କୁ ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରାଯାଇଥିଲା। କାର୍ଯ୍ୟାଳୟ ପରିସରରେ ଶୀତତାପ ନିୟନ୍ତ୍ରିତ ନୂତନ ସମ୍ମିଳନୀ କକ୍ଷ ଓ ୭ନମ୍ବର୍ ୱାର୍ଡ ବାଣପଦା ରେ ମିନି ପାର୍କ ର ଶୁଭ ଉଦଘାଟନ କରାଯାଇଥିଲା।
