ନିମାପଡା ଏନସି ଅଧ୍ୟକ୍ଷାଙ୍କ ସାମ୍ବାଦିକ ସମ୍ମିଳନୀ।

ସମସ୍ତ ଅଭିଯୋଗ ଅଭିସନ୍ଧି ମୂଳକ। ନିମାପଡା ଏନସି ରେ ଲାଗି ରହିଛି ବିବାଦ। କିଛି ଦିନ ତଳେ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନସ୍ଥା ଖାରଜ ପରେ ବିଭିନ୍ନ ଉପାୟରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର କଡା ଜବାବ ଦେଇଛନ୍ତି ଅଧ୍ୟକ୍ଷା ସସ୍ମିତା ସାହୁ।ଅନାସ୍ଥା ଭୋଟରେ ପରାଜିତ ହେବାପରେ ରାଜନୈତିକ ଅଭିସନ୍ଧି ରଖି ଉପନଗରପାଳଙ୍କ ସମେତ କେତେଜଣ କାଉନସିଲର ମିଶି ମୋ’ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରୁଛନ୍ତି। ଗତବର୍ଷ ଏନଏସି ସ୍ୱାୟତ୍ତ ଶାସନ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଇଥିବା ୧୦ଲକ୍ଷ ଟଙ୍କାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଉପନଗରପାଳଙ୍କ ସମେତ ୮ଜଣ କାଉନସିଲର କରିଥିବା ଅଭିଯୋଗର ପ୍ରତିକ୍ରିୟାରେ ଅଧ୍ୟକ୍ଷା ସସ୍ମିତା ସାହୁ ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି ମନ୍ତବ୍ୟ ରଖିଛନ୍ତି । ୧୦ଲକ୍ଷ ଟଙ୍କା ଦୁର୍ନୀତି ବାବଦରେ ଅଧ୍ୟକ୍ଷା କହିଛନ୍ତି ଗତବର୍ଷ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଠାରୁ ଆରମ୍ଭ କରି ଉତ୍ସବ ପର୍ଯ୍ୟନ୍ତ ମୁଁ ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିଲି, ସମସ୍ତ କାର୍ଯ୍ୟ ଉପ-ନଗରପାଳଙ୍କ ଅଧ୍ୟକ୍ଷତାରେ କରାଯାଇଛି। ପତ୍ର ସଂଖ୍ୟା ୧୯୬୧/୦୫-୦୮-୨୦୨୩ ଅନୁସାରେ ସେମାନେ ବୈଠକ କରି ରେଜୁଲେସନ ପାଶ୍ କରି ଉତ୍ସବରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଓଲଟା ମୋତେ କଣ ପାଇଁ ହିସାବ ମାଗୁଛନ୍ତି? ଏହା ଭିତରେ ୩ଥର କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଏ ସମ୍ବନ୍ଧରେ କେବେ ବି ଆଲୋଚନା ହୋଇନାହିଁ। ଏବେ ଅନାସ୍ଥାରେ ହାରିଯିବା ପରେ ସେମାନେ ମୋ ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରି ମତେ ବଦନାମ କରିବାକୁ କୂଚକ୍ରାନ୍ତ ଚଳାଇଛନ୍ତି। ନିମାପଡ଼ାକୁ ବିକାଶଶୀଳ କରିବା ତଥା ପୌରବାସୀଙ୍କ ସମସ୍ୟା ଦୂର କରିବା ନିମନ୍ତେ ବିଧାୟିକା ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହୋଦୟା ଏଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷା ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *