ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଆସିକା ବିଧାନସଭା କ୍ଷେତ୍ରରେ

ଆସିକା ସହର ର ପ୍ରତ୍ୟେକ ୱ।ଡ଼ ଓ ବିଧାନସଭା କ୍ଷେତ୍ର ର ସମସ୍ତ ଗ୍ରାମ ରେ ଆଜି ସୁଭଦ୍ରା ଯୋଜନା କାର୍ଯ୍ୟ କ୍ରମ ଆରମ୍ଭ ହୋଇଯାଇଛି। ଆସିକା ୧ ନମ୍ବର ୱାର୍ଡ ରଘୁନାଥ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଘୁନାଥ ନଗର କାଉନସିଲର ଶ୍ରୀ ଯୁକ୍ତ ସରୋଜ କୁମାର ଭଞ୍ଜ ଉକ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।ସମସ୍ତ ମହିଳା ମାନେ ଉଲ୍ଲସିତ ହେଉଥିବାବେଳେ ଧନ୍ୟବାଦ୍ ଜଣାଉଛୁ କହି ଚାଲିଲେ ମୋ ସରକାର ଲୋକଙ୍କ ସରକାର ମୋହନ୍ ସରକାର ତାଙ୍କରି ପ୍ରତିଶୃତି ରକ୍ଷା କରିଛନ୍ତି ଏଣୁ ସମସ୍ତ ଜନମାନସ ର ହୃଦୟରେ ସ୍ଥାନ ପାଇଛନ୍ତି। ପରିଶେଷରେ ସମସ୍ତ ମହିଳା ମାନେ ଅଙ୍ଗନବାଡ଼ି କର୍ମୀ ଙ୍କ ଠାରୁ ଫର୍ମ ପୂରଣ କରି ନିଜ ନିଜ ବାସସ୍ଥାନ କୁ ଫେରିଥିଲେ।

Leave a Reply

Your email address will not be published. Required fields are marked *