୧୯ ଜୁଆଡି ଗିରଫ, ୧ ଲକ୍ଷ ୫୨ହଜାର ଟଙ୍କା ସମେତ ୩ଟି ବାଇକ୍ ଓ ୨୧ ମୋବାଇଲ୍ ଫୋନ୍

ପାର୍ବଣ ଋତୁ ଆରମ୍ଭ ହେବାକୁ ଆହୁରି ଦୀର୍ଘ ୧ ମାସ ବାକି ଥିଲା ବେଳେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଏବେ ଠାରୁ ଜୋରସୋରରେ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି। ଏହି ପାରମ୍ପରିକ ଖେଳ ନାଁ ରେ ଏହି ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା ବେଳେ ଧନ ଜୀବନ ପ୍ରଭାବିତ ହେଉଥିବା ନଜିର ରହିଛି। ତଥାପି ଜୁଆଡିଙ୍କ ଲାଗି ଧନ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟି ଥିବା ଜୁଆଖେଳ ଏବେ କିଛି ପେଷାଦାର ଜୁଆଡିଙ୍କୁ ଦିନରାତି ଖେଳ ନିଶା ଘାରିଛି। ନିକାଞ୍ଚନ ସ୍ଥାନ ଏବେ ଜୁଆଡିଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟି ଥିବା ବେଳେ ରୀତିମତ ଭାବେ ବହୁ ଜୁଆ ଆଡ୍ଡା ହିଞ୍ଜିଳି ଓ ବେଲଗାଁ ଥାନା ଇଲାକାରେ ଏବେ ମୁଣ୍ଡ ଟେକିବା ଆରମ୍ଭ ହୋଇଛି। ସୋମବାର ଅପରାହ୍ନରେ ବେଲଗାଁ ଥାନା ଗଣ୍ଡଳା ପୋଡାପଦର ଠାରେ ଚାଲିଥିଲା ଏକ ବଡ ଧରଣର ଜୁଆ ଆଡ୍ଡା। କୌଣସି ସୂତ୍ରରୁ ଖବର ପାଇ ବେଲଗାଁ ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୧୯ ଜଣ ଜୁଆଡିଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଗିରଫ ଜୁଆଡିଙ୍କ ଠାରୁ ପୋଲିସ ୧ଲକ୍ଷ ୫୨ ହଜାର ଟଙ୍କା ସମେତ ୨୧ ଟି ମୋବାଇଲ୍ ଫୋନ୍ ସହ ୩ଟି ବାଇକ ଜବତ କରିଛି ।

ଏ ନେଇ ବେଲଗାଁ ଥାନା କେସ ନଂ – ୧୦୨/୨୪ରେ ଏକ ମାମଲା ରୁଜୁ କରିଛି। ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଖେଳ ଉପରେ କଡା ନଜର ରଖିବା ସହ ସହ ଜୁଆଡିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *