ସୁଭଦ୍ରା ଯୋଜନା ନେଇ ଲାଗିରହିଥିବା ଅପପ୍ରଚାର ଏବଂ ଫାର୍ମ ପ୍ରଦାନରେ ଅବ୍ୟବସ୍ଥା ଦୂର ହେଉ।

ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ସୁଭଦ୍ରା ଲାଗୁ ନେଇ ଘୋଷଣା କରି ସେଥିନିମନ୍ତେ ସ୍ପଷ୍ଟ ନୀତି ଓ ମାର୍ଗଦର୍ଶିକା ଜାରି କରିଥିଲେ ମଧ୍ୟ ଅନେକ ଜାଗାରେ ଏହି ଯୋଜନା ନେଇ ଭ୍ରାନ୍ତ ଧାରଣା, ଅର୍ଦ୍ଧ ସତ୍ୟ, ଭୁଲ୍ ତଥ୍ୟ ଓ ଅପପ୍ରଚାର ଲାଗି ରହିଛି। ଯାହାଫଳରେ ଏହି ଯୋଜନାରେ ସାମିଲ ହେବା ନିମନ୍ତେ ମହିଳା ମାନଙ୍କ ଆଗ୍ରହ ଓ ଉତ୍କଣ୍ଠା ଯେଭଳି ବଢ଼ିଛି ସେହିଭଳି ଏହି ଯୋଜନାରେ ସାମିଲ କରେଇ ଦେବା ନାମରେ ଶୋଷଣ ବୃଦ୍ଧି ପାଇଛି। ଏହି ଯୋଜନାରେ ସାମିଲ ନେଇ ନିର୍ଦ୍ଧିଷ୍ଟ ସ୍ୱଳ୍ପ ସମୟ ଅବଧି ଘୋଷଣା ହେଇଥି ଵାରୁ ଆଧାର ଓ ଫୋନ ନମ୍ବର ବ୍ୟାଙ୍କରେ ସଂଯୋଗ କରିବା ନେଇ ଜନ ସେବା ଗ୍ରାହକ କେନ୍ଦ୍ର ଓ ଡିବିଟି ସଂଯୋଗ ନିମନ୍ତେ ବ୍ୟାଙ୍କ ମାନଙ୍କରେ ମଧ୍ୟ ମହିଳା ମାନେ ଅଣନିଶ୍ୱାସ ହୋଇ ଲମ୍ବା ଧାଡ଼ି ଲାଗିଥିବାର ପରିଦୃଶ୍ୟ ହେଉଛି। ଫଳରେ ଏହାର ଫାଇଦା ନେଇ ସରକାରଙ୍କ ଏଥି ନିମନ୍ତେ ଧାର୍ଯ୍ୟ ଦେୟ ୫୦ ଟଙ୍କା ଥିଲା ବେଳେ ଏହା ଠାରୁ ଅଧିକ ଆଦାୟ କରୁଛନ୍ତି। ଏପରିକି ସ୍ଥଳ ବିଶେଷରେ ୨୦୦ ରୁ ୫୦୦ ଟଙ୍କା ଜନ ସେବା କେନ୍ଦ୍ର ଓ ନେଟ କ୍ୟାଫେ ବାଲା ଚାର୍ଜ କରୁଛନ୍ତି। ସେହିଭଳି ଏହି ଯୋଜନାରେ ସାମିଲ ନିମନ୍ତେ ଉଦ୍ଧିଷ୍ଟ ଫର୍ମ ଅଙ୍ଗନା ବାଡ଼ି କେନ୍ଦ୍ର ଓ ଜନ ସେବା କେନ୍ଦ୍ର ରେ ଉପଲବ୍ଧ ହେବ ବୋଲି ସରକାର ପ୍ରଚାର ପ୍ରସାର କରି କହିଥିବା ବେଳେ। ଅନେକ ଜାଗାରେ ଏହାର ଖୋଲା ଉଲ୍ଲଂଘନ କରାଯାଇ ପଞ୍ଚାୟତ ଅଫିସରେ ଫର୍ମ ବିତରଣ କରାଯାଉଛି। ଯାହା ଫଳରେ ଲୋକେ ନିଜ ଅଞ୍ଚଳରେ ଥିବା ଅଙ୍ଗନା ବାଡ଼ି କେନ୍ଦ୍ର ଛାଡ଼ି ଅନେକ ଦୂର ଦୁରନ୍ତରୁ ଲୋକେ ଖର୍ଚ୍ଚାନ୍ତ ଓ ହଇରାଣ ହୋଇ ପଞ୍ଚାୟତ ଅଫିସ ଦୌଡୁ ଛନ୍ତି। ଫଳ ସ୍ୱରୂପ ସେଠାରେ ସବୁ ଅଞ୍ଚଳର ଲୋକ ଗୋଟେ ଜାଗାରେ ଉପସ୍ଥିତ ରହିବା ଫଳରେ ଅନେକ ଅବ୍ୟବସ୍ଥା ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଲମ୍ବା ଲାଇନରେ ଛିଡ଼ା ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କେତକ ଜାଗାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ଫର୍ମ ଆସିନଥିବା ଯୋଗୁଁ ବାଣ୍ଟିବାରେ ଅସୁବିଧା ସୃଷ୍ଟି ହେବା ସହ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଲୋକଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ସେଭଳି ଏକ ଦୃଶ୍ୟ ଲୋଚାପଡା ରେ କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ପଞ୍ଚାୟତ ଗୃହରେ ଅସମ୍ଭବ ଭିଡ ଓ ଅବ୍ୟବ୍ୟସ୍ଥା ଦେଖିବାକୁ ମିଳିଥିଲା। ଏ ନେଇ ସହର ତଳି କ୍ରିୟାନୁଷ୍ଠନ କମିଟି ପକ୍ଷରୁ କୁକୁଡାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ପରେ ସେ ସେଠାର ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। କମିଟି ତରଫରୁ କୁହାଯାଇଥିଲା ଯେ ଯେଉଁ ଅଞ୍ଚଳର ଅଙ୍ଗନା ବାଡ଼ି କେନ୍ଦ୍ରରେ ସେହି ଅଞ୍ଚଳ ଲୋକଙ୍କ ସେହି କେନ୍ଦ୍ରରେ ଏହି ବ୍ୟବସ୍ଥା ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କରାଗଲେ ଏଭଳି ଭିଡ କୁ ଏଡେଇ ଦିଆଯାଇ ପାରିବା ସହ ଲୋକେ କେନ୍ଦ୍ରରେ ଅଯଥା ଭିଡ ନକରି ନିଜ ସୁବିଧା ଅନୁସାରେ ଯାଇ ଫର୍ମ ସଂଗ୍ରହ କରି ପାରିଥାନ୍ତେ।

ସେହିଭଳି ସବୁ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବ ବୋଲି କୁହା ଯାଉଥିବା ବେଳେ ଏବେ ମଧ୍ୟ କାହାକୁ ମିଳିବ ଓ କାହାକୁ ମିଳିବ ନାହିଁ ସେ ନେଇ ଦ୍ଵନ୍ଦ ଲାଗି ରହିଛି। ଏ ପରିପ୍ରେକ୍ଷୀରେ ସରକାର ମହିଳା ମାନଙ୍କ ମଧ୍ୟରେ ବିଭକ୍ତି କରଣ ଓ ବର୍ଗୀକରଣ ନକରି ନିର୍ବାଚନୀ ଘୋଷଣା ନାମା ଅନୁଯାୟୀ ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ କିଭଳି ସାମିଲ କରିବେ ଦୃଷ୍ଟି ଦେବାର ଆବଶ୍ୟକାତା ରହିଛି ବୋଲି ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ତରଫରୁ ଏହାର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *