ନିର୍ମାଣ ହେଉଛି ନିମ୍ନ ମାନର ରାସ୍ତା

ଗମନାଗମନ ର ସୁବିଧା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା।ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେବା ସହ ଅତି ନିମ୍ନମାନର କାମ ହେଉଛି।ରାସ୍ତା ସାରା ବଡ଼ ବଡ଼ ଖାଲ ଖମାରେ ଭର୍ତି ହୋଇ ରହିଛି ।ରାସ୍ତା ଉପରୁ ପିଚୁ ଉଠି ମେଟାଲ ବାହାରିଲାଣି।ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି। ଏ ହେଉଛି ଗଞ୍ଜାମ ଜିଲ୍ଲା ନୂଆଗାଁ ଠାରୁ ଭାୟା ଜାହାଡା ଦେଇ ଝଗଡେଇକୁ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା।ସୋରଡ଼ା,ଧରାକୋଟ,ଆସିକା ଏହି ତିନଟି ବ୍ଲକର ଆଠରୁ ଉର୍ଦ୍ଧ ପଞ୍ଚାୟତର ଲୋକେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି।ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ହେତୁ ଗମନାଗମନର ସୁବିଧା ଲାଗି ରାସ୍ତା ଗୁଡିକର ପ୍ରଶସ୍ତିକରଣ କରିଲେ ସରକାର। 25 କିଲୋମିଟର ରାସ୍ତା ନିର୍ମାଣ ପାଇଁ 2022 ମସିହାରେ 25 କୋଟି ରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଗଲା। କାମ ତ୍ୱରାନ୍ୱିତ କରି ଏପ୍ରିଲ 2024 ସୁଦ୍ଧା କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଧେଶ ଦିଆଗଲା।ପୂର୍ତ୍ତ ବିଭାଗ ଅଧୀନରେ ଏକ ଘରୋଇ ଠିକା ସଂସ୍ଥା ଦୁଇ ବର୍ଷ ପୂର୍ବରୁ କାମ ଆରମ୍ଭ କରିଥିଲା।ହେଲେ ଏ ଯାଏଁ କାମ ସରିବାର ନା ନେଉନି।ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯାତାୟାତ କରୁଛି।ଦୋକାନ ବଜାର, ମେଡିକାଲ,କଲେଜକୁ ଯିବାକୁ ଏହାହିଁ ଲୋକଙ୍କ ମୁଖ୍ୟରାସ୍ତା।ରାସ୍ତା ଉପରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।

ରୋଗୀ ଓ ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସରେ ନେବା ବେଳେ ବି ଅନେକ ସମସ୍ୟା ହେଉଛି। ରାସ୍ତା ଗୁଡିକ ସଂକୀର୍ଣ୍ଣ ଥିବା ରୁ ଗୋଟିଏ ଗାଡି ଯାତାୟତ କରିବା ସମୟରୁ ବିପରୀତ ଦିଗରୁ ଗାଡି ଯାତାୟତ କରିପାରୁନି।ସରକାରୀ ନିର୍ଦ୍ଧେଶ ପ୍ରକାରେ କାମ କରୁନି ଠିକାଦାର। ମେଟାଲ ବଦଳରେ ଅଧିକ ବାଲି ଓ ଡ୍ରଷ୍ଟ ମିଶାଇ ରାସ୍ତା ନିର୍ମାଣ କରୁଥିବାରୁ ଖୁବ କମ ଦିନରେ ପିଚୁ ରାସ୍ତା ଖୋଳି ହୋଇ ଯାଉଛି । ପିଚୁ ର ମାନ ବି ଅତି ନିମ୍ନ ମାନର ଥିବାରୁ ନୂଆ ରାସ୍ତା ରୁ ପିଚୁ ଉଠି ଗଲାଣି ।ଠିକାଦାରଙ୍କ ମନ ମାନି ଯୋଗୁଁ ରାସ୍ତା କାମ ବହୁ ବିଳମ୍ବ ହେଉଛି। ପୂର୍ତ୍ତ ବିଭାଗର ଯନ୍ତ୍ରୀ କାମର ମାନକୁ ଯାଞ୍ଚ କରୁ ନାହାନ୍ତି।ଉଚ୍ଚ ପଦସ୍ତ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରି ଭଲ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଜାହାଡା ଗ୍ରାମର ସରପଞ୍ଚ ସତ୍ୟବାଦୀ ସ୍ୱାଇଁ,ସିଙ୍ଗିପୁର ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,କାଁହୁ ଚରଣ କର,ବନମାଳୀ ବେହେରାଙ୍କ ସମେତ ବହୁ ଗ୍ରାମାର ଲୋକେ । ଭଞ୍ଜନଗର ଉପଜିଲ୍ଲାପାଳଘଟଣା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କୁ କାମ ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେବା ସହ ନିମ୍ନ ମାନର କାମ ହୋଇଥିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *