ଶିକ୍ଷା, ଶିକ୍ଷାର୍ଥି, ଶିକ୍ଷକ, ଶିକ୍ଷାୟତନର ଅନନ୍ୟ ନାୟକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ – ଅଧ୍ୟକ୍ଷ

*।* ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ହିନ୍ଦୀ ବିଭାଗ ତରଫରୁ ଏକ ପାଠଚ଼କ୍ର ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହିନ୍ଦୀ ବିଭାଗ ମୁଖ୍ୟା ଡ. ଜିନିତ ସବା ଗୁରୁ ଦିବସର ମୁଖ୍ୟ ଉଦ୍ଦେଶ୍ୟ ସଂଦର୍ଭରେ ସମସ୍ତଙ୍କୁ ଅବଗତ କରାଇଥିଲେ। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ଆଧୁନିିକ ଭାରତ ଶିକ୍ଷାୟତନର ପୃଷ୍ଠପୋଷକ, ପ୍ରଥମ ଉପରାଷ୍ଟ୍ରପତି, ଦ୍ବିତୀୟ ରାଷ୍ଟ୍ରପତି, ତତ୍ତ୍ବବେତା, ଦାର୍ଶନିକ, ଆଦର୍ଶ ଶିକ୍ଷାବିତ୍, ଆଦର୍ଶ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ଶିକ୍ଷା କ୍ଷେତ୍ରରେ ମହାନ୍ ଅବଦାନକୁ ବିସ୍ତାରରୂପେ ବର୍ଣ୍ଣନା କରିଥିଲେ, ସେ ଶିକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଶିକ୍ଷା କ୍ଷେତ୍ରରେ ଉଚ୍ଚମାନର ଉନ୍ନତି ପାଇଁ ଡ. ରାଧାକ୍ରିଷ୍ଣନ୍ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ୧୬ ଥର ଏବଂ ନୋବେଲ ଶାନ୍ତି ପାଇଁ ୧୧ ଥର ମନୋନୀତ ହୋଇଥିଲେ ଏବଂ ୧୯୫୪ ମସିହାରେ ଭାରତର ସର୍ବୋଚ୍ଚ ପୁରଷ୍କାର ଭାରତରତ୍ନରେ ସମ୍ମାନିତ ମଧ୍ୟ ହୋଇଥିଲେ। ସୁତରାଂ ତାଙ୍କରି ଜୀବନାର୍ଦଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ କହିଥିଲେ, ଶିକ୍ଷା, ଶିକ୍ଷାର୍ଥି, ଶିକ୍ଷକ ଏବଂ ଶିକ୍ଷାୟତନର ଅନନ୍ୟ ନାୟକ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ବିଶ୍ବ ଦରବାରରେ ଭାରତୀୟ ସଂସ୍କୃତି ଏବଂ ଦର୍ଶନଶାସ୍ତ୍ରକୁ ପରିଚ଼ୟ ଦେଇଥିବା ଜନନାୟକଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗୁରୁ ଦିବସ ରୂପେ ପାଳନ କରାଯାଉଛି ବୋଲି କହିଥିଲେ। ଗୁରୁଙ୍କ ଦିଗ୍ଦର୍ଶନକୁ ପାଥେୟ କରି ନିଜ ଭବିଷ୍ୟତ ଜୀବନକୁ ଗଢ଼ିତୋଳିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ପାଠଚ଼କ୍ରରେ ଛାତ୍ରୀ ସୁଶ୍ରୀ ଯମୁନା ଗୌଡ଼ ସଂଯୋଜନା କରିଥିଲେ। ସୁଶ୍ରୀ ଦିପିକା ସ୍ବାଇଁ ଏବଂ ଶୁଭଶ୍ରୀ ପଟ୍ଟନାୟକ ଗୁରୁଙ୍କ ମହତ୍ବ ପ୍ରତିପାଦନ କରିଥିଲେ। ଛାତ୍ର ସଂଗଠକ ରୁଦ୍ର ପ୍ରସାଦ, ଚନ୍ଦନ, ରାଜା ପାଠଚ଼କ୍ରରେ ସହଯୋଗ କରିଥିଲେ। ଯମୁନା ଏବଂ ସାଥୀ ଛାତ୍ରୀ ଗୁରୁ ବନ୍ଦନା କରିଥିଲେ। ଅଧ୍ୟକ୍ଷଙ୍କ ସହ ବିଭାଗୀୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଛାତ୍ରଛାତ୍ରୀମାନେ ପୁଷ୍ପ ଚନ୍ଦନରେ ବନ୍ଦାପନା କରିଥିଲେ। ହିନ୍ଦୀ ସମ୍ମାନର ପ୍ରାୟ ସମସ୍ତ ବିଦ୍ୟାର୍ଥି ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟାପିକା ସୁଶ୍ରୀ କୁନିକା ଦାଶ ଗୁରୁଙ୍କ ତାତ୍ବିକ ଅର୍ଥ ପ୍ରକାଶ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *