ଦୟାଲ୍ ସଙ୍ଗୀତ ବିଦ୍ୟାଳୟ ପରିସରରେ ଗୁରୁଦିବସ
ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ l ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ମାନେ ନିଜନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ l ସହିପରି ଯାଜପୁର ବ୍ୟାସନଗର ର ଷ୍ଟାଡିୟମ ନିକଟରେ ଅବସ୍ଥିତ ଦୟାଲ୍ ସଙ୍ଗୀତ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ଗୁରୁଦିବସ l ବିଦ୍ୟାଳୟର ପ୍ରଧାନ ଗୁରୁଜୀ ପ୍ରଭାତ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ଏହି ବିଦ୍ୟାଳୟରେ ଗୁରୁ ଦିବସ ପାଳନ ହୋଇଯାଇଛି l ଗୁରୁ ହିଁ ଏକମାତ୍ର, ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଓ ଜୀବନର ପ୍ରତିଟି ମୁହୂର୍ତ୍ତ ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି l
