ପିପିଲି ଉପ ନିର୍ବାଚନର ଆସନ୍ତାକଲି ଭୋଟଗଣତି

ପୁରୀ- ତା. ୦୨.୧୦.୨୦୨୧- ପିପିଲି ଉପ ନିର୍ବାଚନର ଭୋଟଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୁଇଟି ପ୍ରକୋଷ୍ଠର ୧୪ଟି ଟେବୁଲରେ ୨୫ ରାଉଣ୍ତ ଗଣତି କରାଯିବ । ଅନ୍ୟ ଏକ ପ୍ରକୋଷ୍ଠରେ ପୋଷ୍ଟାଲ ଭୋଟ ଗଣତି କରାଯିବ । ଆସନ୍ତାକାଲି ସକାଳ ୭ ଘଟିକା ସମୟରେ ଗଣତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଇଭିଏମ ଗୁଡିକୁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଉପ ନିର୍ବାଚନରେ ୯୫ ହଜାର ୩୮୩ ଜଣ ପୁରୁଷ, ୮୪ ହଜାର ୫୯୭ ଜଣ ମହିଳା ଭୋଟର ଅର୍ଥାତ ଶତକଡା ୭୮.୨୫ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଏକ ଲକ୍ଷ ୭୯ ହଜାର ୯୮୦ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବ୍ୟବସ୍ଥାର ଆଜି ଯାଞ୍ଚ କରିଛନ୍ତି । ସଦଭାବନା ସଭାଗୃହରେ ନିୟୋଜିତ ଅଧିକାରୀଙ୍କୁ ଭୋଟ ଗଣତି ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ଅବଗତ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁମନ୍ତ କର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ବନାଥ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *