ପୋଲିସର ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍*

ପୋଲିସର ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍*୫୮୦ ଜଣ ଅସାମାଜିକ ବ୍ୟକ୍ତି ଗିରଫ; ମାଦକଦ୍ରବ୍ୟ ଓ ଆଇନ-ଶୃଙ୍ଖଳା ବିରୋଧୀ କାର୍ଯ୍ୟକଳାପ ଉପରେ କଡ଼ା ନଜର*ପୁରୀ ଜିଲ୍ଲାରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା, ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା, ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧ ରୋକିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଚଳିତ ବର୍ଷ ଧରି ବ୍ୟାପକ ଚଢ଼ାଉ ଓ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜାରି ରହିଛି। ଏହି ଅଭିଯାନରେ ଅପରାଧୀ, ଅସାମାଜିକ ତତ୍ତ୍ୱ ଓ ବିଭିନ୍ନ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ସିଟି ପୋଲିସ ପକ୍ଷରୁ ସମ୍ପ୍ରତି କରାଯାଇଥିବା ବ୍ୟାପକ ଅଭିଯାନରେ ମୋଟ ୫୮୦ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଅପରାଧ, ସାମାଜିକ ଅଶାନ୍ତି ସୃଷ୍ଟି ଓ ଆଇନ-ଶୃଙ୍ଖଳା ବିଘ୍ନ କରିବା ଭଳି କାର୍ଯ୍ୟକଳାପରେ ସେମାନଙ୍କ ସମ୍ପୃକ୍ତତା ନେଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି।ମାଦକଦ୍ରବ୍ୟ ବିରୋଧୀ ଅଭିଯାନମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ବିରୋଧରେ ପୁରୀ ପୋଲିସ ପକ୍ଷରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି। ବିଶେଷକରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ମାଦକଦ୍ରବ୍ୟ ଚାଲାଣକାରୀ ଓ ବିକ୍ରେତାଙ୍କ ବିରୋଧରେ ନିୟମିତ ଚଢ଼ାଉ କରାଯାଉଛି।ବ୍ରାଉନ ସୁଗାର ବିରୋଧୀ ଅଭିଯାନରେ୧୧ଟି ମାମଲା ରୁଜୁ କରାଯାଇଛି।୨୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।ସେମାନଙ୍କ ନିକଟରୁ ମୋଟ ୩୮୫.୧୩ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ସେହିପରି, କଫ ସିରାପର ଅବୈଧ କାରବାର ଓ ବିକ୍ରୟ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି। ଏହି ଅଭିଯାନରେ ୨୬ଟି ମାମଲା ରୁଜୁ, ୩୨ ଜଣ ଅଭିଯୁକ୍ତ ଗିରଫ ଏବଂ ୨୯୨୭ ବୋତଲ କଫ ସିରାପ ଜବତ କରାଯାଇଛି। ମାଦକଦ୍ରବ୍ୟର ଅବୈଧ କାରବାର ଯୁବପିଢ଼ି ଓ ସମାଜ ଉପରେ ଗୁରୁତର କୁପ୍ରଭାବ ପକାଉଥିବାରୁ ଏହା ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଧିକ କଠୋର ଏନଫୋର୍ସମେଣ୍ଟ ଜାରି ରହିବ।ଡ୍ରଙ୍କେନ୍ ଡ୍ରାଇଭିଂ ବିରୋଧରେ ବିଶେଷ ଅଭିଯାନସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ନିୟମିତ ଚେକିଂ ଓ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଉଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୭୮୪ଟି ଡ୍ରଙ୍କେନ୍ ଡ୍ରାଇଭିଂ କେସ୍ ଚିହ୍ନଟ କରାଯାଇଛି। ଆଇନ ଅନୁଯାୟୀ ସମ୍ପୃକ୍ତ ଚାଳକମାନଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି।ପବ୍ଲିକ ଡ୍ରିଙ୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନସାର୍ବଜନିକ ସ୍ଥାନରେ ମଦ୍ୟପାନ କରି ସାମାଜିକ ଶୃଙ୍ଖଳା ଭଙ୍ଗ କରୁଥିବା ଓ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ ନିୟମିତ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୨୦୯୮ ଜଣଙ୍କୁ ପବ୍ଲିକ ଡ୍ରିଙ୍କିଂରେ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି।ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା, ଆଇନ-ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପ୍ରତି ସଦା ପ୍ରତିବଦ୍ଧ। ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଏନଫୋର୍ସମେଣ୍ଟକୁ ଆହୁରି ଜୋରଦାର କରାଯିବା ସହିତ ମାଦକଦ୍ରବ୍ୟ ମୁକ୍ତ ସମାଜ ଗଠନ, ସଡ଼କ ସୁରକ୍ଷା ଏବଂ ଏକ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପରିବେଶ ସୃଷ୍ଟି ପାଇଁ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, କୌଣସି ପ୍ରକାରର ସନ୍ଦେହଜନକ କାର୍ଯ୍ୟକଳାପ, ମାଦକଦ୍ରବ୍ୟର ଅବୈଧ କାରବାର, ସାର୍ବଜନିକ ସ୍ଥାନରେ ଅଶାନ୍ତି କିମ୍ବା ଆଇନ-ଶୃଙ୍ଖଳା ବିଘ୍ନ ସମ୍ବନ୍ଧୀୟ ସୂଚନା ମିଳିଲେ ତତ୍କ୍ଷଣାତ୍ ନିକଟସ୍ଥ ପୋଲିସ ଥାନାକୁ ଅବଗତ କରନ୍ତୁ। ଜନସାଧାରଣଙ୍କ ସହଯୋଗ ହିଁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ପୁରୀ ଗଠନର ମୁଖ୍ୟ ଆଧାର।

Leave a Reply

Your email address will not be published. Required fields are marked *