ଶୋଭା ଫାଉଣ୍ଡେସନ ପକ୍ଷରୁ ତାଳମଞ୍ଜି ରୋପଣ

ଶୋଭା ଫାଉଣ୍ଡେସନ ପକ୍ଷରୁ ତାଳମଞ୍ଜି ରୋପଣ# ଜୈବ ବିବିଧତା ଓ ପରିବେଶ ସୁରକ୍ଷା ନେଇ ଭିନ୍ନ ପ୍ରୟାସ କୋଣାର୍କ,୨୫.୦୮- କୋଣାର୍କ ଏନଏସି ଅନ୍ତର୍ଗତ ପୁରୀ କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ସମୁଦ୍ର ତଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ତାଳମଞ୍ଜି ରୋପଣ କରାଯାଇଛି। ଜୈବ ବିବିଧତା, ମୁର୍ତ୍ତିକା ସଂରକ୍ଷଣ ଜୀବନ ଜୀବିକା ସୁରକ୍ଷା, ବଜ୍ରପାତ ପ୍ରଶମନ, ସମୁଦ୍ର କୁଳ ସୁରକ୍ଷା, ସମୁଦ୍ର କ୍ଷୟ ସୁରକ୍ଷା, ଉପକୂଳ ସୁରକ୍ଷା, ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ବାଲୁକା ବନ୍ତ ସୁରକ୍ଷା ଲକ୍ଷ ନେଇ ଚନ୍ଦ୍ରଭାଗା ସମୁଦ୍ର କୂଳ ବନ୍ତରେ ଶୋଭା ଫାଉଣ୍ଡେସନ ପକ୍ଷରୁ ୫ ଶହରୁ ଅଧିକ ତାଳମଞ୍ଜି ରୋପଣ କରାଯାଇଛି। ଶୋଭା ଫାଉଣ୍ଡେସନ ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହ ସାମାଜିକକର୍ମୀ ବିଦ୍ୟାଧର ବେହେରା ଓ ସ୍ୱେଚ୍ଛାସେବୀ ସିଲୁ ଏହି ତାଳ ମଞ୍ଜି ରୋପଣ କରିଥିଲେ। ଆଗାମୀ ଦିନରେ ଆହୁରି ରୋପଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *