ଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ଦେଉଛି ବିପଦର ପୂର୍ବାଭାଷ

ବର୍ଷାରେ ମାଲକାନଗିରି ଜିଲ୍ଲା ବାସିନ୍ଦା ସମ୍ପୁର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛନ୍ତି। ମାଲକାନଗିରି ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥରେ ଏମିତି କୌଣସି ମୂଖ୍ୟ ପୋଲ ନାହିଁ ଯାହା ନ ବୁଡିଛି। କହିବାକୁ ଗଲେ ୩୨୬ ନମ୍ବର ଜାତୀୟ ରାଜପଥ ଏକ ପ୍ରକାର ଠପ୍ ହୋଇଯାଇଛି। ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ହାଇଦ୍ରାବାଦ,ବିଜୟୱଡା ଭଳି ଦୂର ଦୂରାନ୍ତରୁ ଯେଉଁ ଯାତ୍ରୀମାନେ ବସ ଯୋଗେ ଯିବା ଆସିବା କରୁଥିଲେ ବନ୍ୟା ଯୋଗୁଁ ସେମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁ ସ୍ଥାନରେ ଲୋକମାନଙ୍କ ଘର କାନ୍ଥ ଭୁଷୁଡି ପଡ଼ିଥିବା ଦେଖିବାକୁ ମିଳିଛି ତ ଆଉ କେଉଁଠି ବିଦ୍ୟାଳୟର ପାଚେରୀ ଭୁଷୁଡି ପଡ଼ିଥିବା ଦେଖିବାକୁ ମିଳିଛି।ଏହାତ ଗଲା ମାଲକାନଗିରି ଜିଲ୍ଲାର ବର୍ତ୍ତମାନ ଲଘୁଚାପଜନିତ ବନ୍ୟା ଯୋଗୁଁ ହୋଇଥିବା ଦୁଃଖର କଥା। କିନ୍ତୁ ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ତିଆରି ହେଲେ ମାଲକାନଗିରି ଜିଲ୍ଲାର ଜିଲ୍ଲାବାସୀ ଏହାଠାରୁ ଆହୁରି ଅଧିକ ଦୁଃଖ ଭୋଗ କରିବେ, ତାହା ବର୍ତ୍ତମାନ ଲଘୁଚାପଜନିତ ବର୍ଷାରେ ପୋଟେରୁରେ ବସବାସ କରୁଥିବା ଲୋକମାନଙ୍କ ଅବସ୍ଥା ଦେଖି ଅନୁମେୟ କରିହୁଏ। କାରଣ ମୋଟୁ ଠାରେ ତିଆରି ହୋଇଥିବା ପୋଲାଭରମ ପ୍ରକଳ୍ପ ପୋଟେରୁ ଠାରୁ ପାଖାପାଖି ୮୦ କିମି ଦୂରରେ ଅବସ୍ଥିତ। ବର୍ତ୍ତମାନର ବର୍ଷାରେ ପୋଟେରୁ ବଜାର ସହିତ ଏଟିଏମ୍,ପୋଟେରୁ ପୋଲିସ ଫାଣ୍ଡି ସବୁ ଜଳମଗ୍ନ ହୋଇଗଲା, ତେବେ ପୋଲାଭରମ ପ୍ରକଳ୍ପ ତିଆରି ହେଲେ ମାଲକାନଗିରି ଜିଲ୍ଲାରେ ଜିଲ୍ଲାବାସୀଙ୍କର ଅଵସ୍ଥା କ’ଣ ହେବ। ଏବେ ଠାରୁ ଯଦି ମାଲକାନଗିରି ଜିଲ୍ଲାବାସୀ ସଜାଗ ନ ହେବେ ନେଳି ଗୁଡ଼ କହୂଣୀକୁ ବହି ଗଲା ପରେ ଆଉ କିଛି କରିହେବ ନାହିଁ।

Leave a Reply

Your email address will not be published. Required fields are marked *