ବଡଦାଣ୍ଡରେ ୧୧ ରେ ଖୋଲିବ ଅରୁନ୍ଧତୀ ଜୁଏଲର୍ସ

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ୧୧ ତାରିଖ ବୁଧବାର ଦିନ ୧୧ଟାରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ଥିବା ଅରୁନ୍ଧତୀ ଜୁଏଲର୍ସ ତାର ନବମ ସୋ ରୁମ ଗ୍ରାହକଙ୍କ ପାଇଁ ସମର୍ପିତ ହେବ । ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ଏହି ପ୍ରିୟ ଜୁଏଲର୍ସ ତାର ପୁରୀରେ ରୌପ୍ଯ ଜୟନ୍ତୀ ପାଳନ କରିବ । ଏସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଗଣମାଧ୍ୟମଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଉତ୍କଳ କଳା ପରମ୍ପରା ଓ ଶୁଦ୍ଧତାକୁ ନେଇ ସୁନା ଗହଣା ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି । ପୂର୍ବ ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଭାବେ ୨୦୨୩ ରେ ୪ ଥର ଜାତୀୟ ସମ୍ମାନ ପାଇ ପାଳଛି । ଏହି ସୋ ରୁମରେ ଦଶ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ଡିଜାଇନର ସୁନା ଗହଣା ହୀରା ଓ ରୂପା ଗହଣା ଗ୍ରାହକ ପାଇପାରିବେ । ସୁନା ଗହଣା ଗଢା ମଜୁରୀ ଉପରେ ୫୦ ପ୍ରତିଶତ ,ହୀରା ଓ ରୂପା ଗହଣାରେ ୨୫ ପ୍ରତିଶତ ରିହାତି ରହିଛି । ପୁରୂଣା ସୁନା ଗହଣା ବଦଳାଇ ୨.୫ ପ୍ରତିଶତ ଅଧିକ ମୂଲ୍ଯ ପାଇପାରିବେ । ଏହା ସହ ହସ୍ତତନ୍ତ ସମ୍ବଲପୁରୀ ଶାଢୀ ଉପରେ ୧୫ ପ୍ରତିଶତ ରିହାତି ମିଳିପାରିବ ବୋଲି ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି । ୧୦ ତାରିଖ ମଙ୍ଗଳବାର ଦିନ ଟାଉନହଲ ଠାରେ ଅରୁନ୍ଧତୀ ଜୁଏଲର୍ସ ପରିବାର ପକ୍ଷରୁ ରୌପ୍ଯ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ ହେବ । ଏଥିରେ ଅନୁଷ୍ଠାନର ବ୍ରାଣ୍ଡ ଆମ୍ବାସେଡେର ଓଡ଼ିଆ ଚଳଚିତ୍ର ନାୟୀକା ଅର୍ଚ୍ଚିତା ସାହୁ ଯୋଗ ଦେବେ । ଗୋଲଡେନ ପ୍ୟାଲେସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ମୁଖ୍ଯ ନିହାର ରଞ୍ଜନ ନନ୍ଦ, ସି ଏ ନିଖିଳ ମାରୱାଡି, ପୁରୀ ଶାଖା ପରିଚାଳକ ମନମୋହନ ବାରିକ ଓ ସମୀର ପାଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *