ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ଖେଳକୁଦ ପ୍ରତି ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ଭବିଷ୍ୟତ ପାଇଁ ଶୁଭ ସଂକେତ• ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ ହିଁ ଭବିଷ୍ୟତରେ ରାଜ୍ୟସ୍ତରୀୟ ଖେଳାଳୀ ବାହାରିବେଭୁବନେଶ୍ୱର, ୧୩/୦୯/୨୦୧୪: ଆଜି ପୁରୀ ଜିଲ୍ଲା ନିମାପଡାରେ ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ପଡିଆରେ ଅନୁଷ୍ଠିତ ହୋଇଥିଲା I ନିମାପଡା ଉଚ୍ଚ ବିଦ୍ୟାଳୟରେ ୧୪ ଓ ୧୭ ବର୍ଷରୁ କମ ବାଳକ ବାଳିକା ବର୍ଗରେ ଅନୁଷ୍ଠିତ ନିମାପଡ଼ା ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇଥିଲେ I ଏହି କ୍ରୀଡା ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ I ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିମାପଡାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ I ନିମାପଡା ଅଞ୍ଚଳ ଖେଳ ପାଇଁ ବେଶ ଜଣାଶୁଣା ଏବଂ ଏପରି ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରୁ ହିଁ ଭବିଷ୍ୟତରେ ରାଜ୍ୟସ୍ତରୀୟ ଖେଳାଳୀ ବାହାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି I

ଖେଳକୁଦ ପ୍ରତି ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ଭବିଷ୍ୟତ ପାଇଁ ଶୁଭ ସଂକେତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା Iମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ନିମାପଡା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ, ବ୍ଲକ ଶିକ୍ଷା ଅଧିକାରୀ ଦ୍ବିତିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ନିମାପଡା, ବଳଙ୍ଗା, ଚାରିଛକ, ରେଞ୍ଚ ଚାରୋଟି ସଵଜୋନରୁ ୫୦ ଟି ହାଇସ୍କୁଲ ଓ ୬ ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ I

Leave a Reply

Your email address will not be published. Required fields are marked *