ରାମ ଚନ୍ଦ୍ର ମାହାନ୍ତି ଙ୍କ ଦ୍ବାଦଶ ଦିବସ
ରାମ ଚନ୍ଦ୍ର ମାହାନ୍ତି ଙ୍କ ଦ୍ବାଦଶ ଦିବସରେ ସ୍ମୃତି ଚାରଣ ସଭା ଆସିକା ୧୫/୦୯/୨୦୨୪ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ର ଇଂରେଜି ଅଧ୍ୟାପକ ରାମ ଚନ୍ଦ୍ର ମାହାନ୍ତି ଙ୍କ ପରଲୋକ ର ଆଜ ଦ୍ୱାଦଶ ଦିବସ।ନିଜ ପୈତୃକ ଗ୍ରାମ କରାଗାଡିଆ ଠାରେ ଦ୍ବାଦଶ ଦିବସରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ବହୁ ବୁଦ୍ଧିଜୀବୀ ଏବଂ ଆଖପାଖ ଅଞ୍ଚଳବାସୀ ଓ କଲେଜ ଛାତ୍ରୀ ଏହି ସ୍ମୃତି ଚାରଣ ସଭା ରେ ଯୋଗ ଦେଇଥିଲେ।

ମୃତକଙ୍କ ପୁଅ ଦୀପ ପ୍ରଜ୍ବଳନ କରିଥିଲେ। ତତ୍ ପରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (ମୁନା ବାବୁ) ଅଧ୍ୟାପକ ✓ରାମ ସାର୍ ଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ଥିଲେ। ଉକ୍ତ ସ୍ମୃତି ଚାରଣ ସଭା ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଯଥା ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଶ୍ରୀ କୁଞ୍ଜ ନାୟକ, ବାଲ୍ୟ ସ୍ବାଇଁ,ଗୋରା ଚାନ୍ଦ ସ୍ବାଇଁ ଏବଂ ମହିଳା କଲେଜ ଅଧ୍ୟାପିକା, ଆଞ୍ଚଳିକ କଲେଜ ର ସମସ୍ତ ଅଧ୍ୟାପକ ଓଆଖ ପାଖ ସ୍କୁଲ ର ଶିକ୍ଷକ ମାନେ ଉକ୍ତ ସ୍ମୃତି ଚାରଣ ସଭା ରେ ରାମ ସାର୍ ଙ୍କ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ପ୍ରସାଦ ସେବନ କରି ସମସ୍ତ ସଦସ୍ୟ ବାହୁଡ଼ି ଥିଲେ।
