ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଶିକ୍ଷକ ଏକତା ଜିନ୍ଦାବାଦ। ଏହି ନାରାରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ୍ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଏକ ବୈଠକ ଏବଂ ସମ୍ବର୍ଦ୍ଧନା ଉତ୍ସବ ଷୋଳପୁର ମା ଅଡଙ୍ଗେଇଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ପୀତବାସ ତ୍ରିପାଠୀ ମୂଖ୍ୟ ବକ୍ତା ଭାବେ ରମେଶ ଚନ୍ଦ୍ର ଦାସ ଓଷ୍ଟା ର ଜିଲ୍ଲା ସଂଯୋଜକ ବିଭୁଦତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନର ନବ ନିର୍ବାଚିତ କର୍ମକର୍ତ୍ତା ମାଙ୍କନୁ ସମ୍ବର୍ଧିତ କରାଯାଇ ଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସରକାର୍ ଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ସଭାପତି ସମ୍ପାଦକ କହିଥିଲେ। ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯାଇ ସମସ୍ତ ବର୍ଗର ଶିକ୍ଷକ ଏକ ହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ସମସ୍ତ ବର୍ଗର ଶିକ୍ଷକ ମାନେ ଅଲଗା ନ ହୋଇ ଗୋଟିଏ ସଂଗଠନ ରେ ରହି ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରି ପାରିଲେ ସରକାର ନିଶ୍ଚୟ ଦାବୀ ପୂରଣ କରିବେ ବୋଲି ଶିକ୍ଷକ ସମ୍ମନୟ ସମିତି ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷକ ପ୍ରଶାସକ ମାନଙ୍କୁ ସମ୍ନାନିତ କରାଯାଇଥିବା ବେଳେ ଆଗାମୀ ଦିନରେ ସଂଗଠନ କିଭଳି ମଜବୁତ ରହିବ ସେ ନେଇ ସେମାନଙ୍କର ମୂଲ୍ୟବାନ ଉପଦେଶ ଦେଇଥିଲେ।ଏହି କାର୍ଯକ୍ରମକୁ ଶିକ୍ଷକ ସରୋଜ କୁମାର ମିଶ୍ର, ପବିତ୍ର ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
