ଭଦ୍ରକ ବିଦ୍ୟୁତ କାର୍ଯ୍ୟଳୟରେ ଧୂମଧାମରେ ପାଳନ ହେଉଛି ବିଶ୍ଵକର୍ମା ପୂଜା

ଭଦ୍ରକ ଇଲିକ୍ଟ୍ରି ସବଷ୍ଟେସନ ବିଶ୍ଵକର୍ମା ପୂଜା ଧୂମଧାମ ପାଳନ କରା ଯାଇଛି | ସମସ୍ତ ନୀତିକାନ୍ତି ଅନୁସାରେ ପୂଜା ଅର୍ଚନା କରା ଯାଇଥିଲା ମୂଖ୍ୟ ପୂରଧା ଭାବରେ ସବଷ୍ଟେସନର କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ଦାସ ଯଂଜ୍ଞ କର୍ତ୍ତା ଭାବେ ସମସ୍ତ ପୂଜା କାର୍ଯ୍ୟ ସମ୍ପୂର୍ଣ କରିଥିଲେ | ସେହିପରି ଭଦ୍ରକ ସାଳନ୍ଦୀ ବିଦ୍ୟୁତ କାର୍ଯ୍ୟଳୟରେ ମଧ୍ୟ୍ୟପୂଜା କରାଯାଇଥିଲା |ଅଂଚଳରେ ସମସ୍ତ କାର୍ଯ୍ୟରତ ବିଦ୍ୟୁତ କର୍ମ ଚାରି ପ୍ରଭୂଶ୍ରୀ ବିଶ୍ଵକର୍ମା ଙ୍କ କରୁଣା ଭିକ୍ଷା ଲାଭ କରିବା ସହିତ ଆଶ୍ରିବାଦ ଗ୍ରହଣ କରିଥିଲେ |

ସନ୍ଦ୍ୟା ସମୟରେ ବିଭିନ୍ନ ଆଲୋକମାଳା ସହିତ ବଡ଼ବଡ଼ ତୋରଣ ଓ ସାଂସ୍କୃତିକ କାର୍ଯ୍ୟ କର୍ମ ତିନ ଦିନ ଧରି ଚାଲୁରହିବ| ଅଂଚଳର ସମସ୍ତ ବୁଦ୍ଧିଜୀବୀ ଭଦ୍ରକ ବିଦ୍ୟୁତ ଉପଭୋକ୍ତା ସଙ୍ଗର ଆବାହକ ବଳିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସମ୍ପାଦକ ଆଇନିଜୀବି ପ୍ରଭାତ ଲେଙ୍କା ସମେତ ବିଦ୍ୟୁତ କାର୍ଯ୍ୟରତ ସମସ୍ତ କର୍ମଚାରି ଚୌଧୁରୀ ଦିନସକୁମାର ଦାସ,କେଦାର ନାଥ ସ୍ୱାଇଁ, ସୁଧାକର ବିଶ୍ୱାଳ, ପ୍ରଦୀପ କୁମାର ବେଉରା, ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *