ଆନନ୍ଦପୁର ଠାରେ ପ୍ରଧାନ ମନ୍ତ୍ରୀଙ୍କ ୭୫ତମ ଜନ୍ମ ଉତ୍ସବ ପାଳ

ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ୭୫ ତମ ଜନ୍ମଉତ୍ସବ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ଠାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ମହାସମାରୋହରେ ପାଳିତ ହୋଇଯାଇଛି। ଆନନ୍ଦପୁର ମୁନିସିପାଲିଟି ଅନ୍ତର୍ଗତ ରିଗିଂରୋଡଛକ ଠାରେ ଅବସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ହୋମ ଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ତତସହିତ ସାରା ବିଶ୍ୱରେ ଜଂଗଲ କ୍ଷୟ ହେଇ ପରିବେଶ କଳୁଷିତ ହୋଇ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାରୁ, ତାର ପ୍ରତିକାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ମା ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଘସିପୁରା ବିଧାୟକ ପ୍ରାର୍ଥୀ ଡକ୍ଟର ଶମ୍ଭୁନାଥ ରାଉତ,ଆନନ୍ଦପୁର ମୁନିସିପାଲିଟି ଉପ ନଗରପାଳ ଶ୍ରୀ ଦୁର୍ଗା ଚରଣ ଦଲେଇ, କାଉନସିଲର ଶ୍ରୀ ସନତ କୁମାର କର, ରିଙ୍କୁ ଦାସ, ବନମାଳି ସେଠ, ସରୋଜ କୁମାର ସାହୁ,ଶ୍ରୀଧର ସାହୁ, ଅରବିନ୍ଦ ମିଶ୍ର, ଜ୍ଞାନ ରଞ୍ଜନ ଦାସ, ଦେବୁ ତ୍ରିପାଠୀ, ବାଇଧର ସାହୁ, ପୁରଷୋତ୍ତମ ସାହୁ, ଆଡଭୋକେଟ ଦୟାନିଧି ଦାଶ, ଭାଗୀରଥୀ ଦାସ, ଅଶୋକ କୁମାର ରାଉଲ, ବିଜେପି ର ବରିଷ୍ଠ ନେତା ଶ୍ରୀ ତ୍ରିଲୋଚନ ଦାଶ, ମୁରଲୀଧର ମିଶ୍ର, ଗଗନ ସିଂ, ରାହାସ ବିହାରୀ ସାହୁ, ରାଜେନ୍ଦ୍ର କୁମାର ସାହୁ, ପ୍ରାଣବନ୍ଧୁ ସାହୁ, କୌଲାସ ନାୟକ, ଟୁକୁନୁ ହେତା, ରମେଶ କୁମାର ସିଂ, ଆନନ୍ଦ କୁମାର ପାଢ଼ୀ, ଟୁକୁନା ମୁଦୁଲି, ନଗେନ ଦଲେଇ, ରାଜାପ୍ରଭୃ ଦାସ, ଅକାଲୁ ସେଠୀ, ଗଗନ ଭବିହାରୀ ଭ୍ରଷ୍ଟାଚାଯ୍ୟ, ଘନଶ୍ୟାମ ମୁଦୁଲି, ରଞ୍ଜନ କୁମାର ଯେନା, ପ୍ରଦୀପ କୁମାର ବାରିକ, ବାବୁଲି ଧଡା, ସତ୍ୟପ୍ରକାଶ ସାହୁ, ଯଞ୍ଜ ପ୍ରକାଶ ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ମୁନା ସେଠୀ, ରବିନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ଦାଶ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *