ଶ୍ରୀ ଶ୍ରୀ ମା କନ୍ଧୁଣିଦେବୀ ଙ୍କ ମହୋତ୍ସବର ଶୁଭ ଉଦଘାଟନ କଲେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ଆୟୋଜିତ ହୋଇଯାଇଛି ମା କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା ର ଷଷ୍ଠ ଦିବସରେ ମହୋତ୍ସବ ଅନୁଷ୍ଠତ ହୋଇଅଛି ।ଏହି ମହୋତ୍ସବ କୁ ଶୁଭ ଉଦଘାଟନ କରିଛନ୍ତିl ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। କଳା ସଂସ୍କୃତି ର ସହର ଏହି ସୋରଡ଼ା ଏହି ଯାତ୍ରା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାର ର କଳା କାର ମାନଙ୍କ ମହମିଳନ ହୋଇଥାଏ l ମହୋତ୍ସବ 20 ତାରିଖରୁ ଆରମ୍ଭ ହୋଇ 23 ତାରିଖରେ ଉଦଯାପିତ ହବ। ମା ଙ୍କ ଏହି ମହୋତ୍ସବ କୁ 15 ବର୍ଷ ହେଲା ପାଳନ କରାଯାଉଛି।ଗଞ୍ଜାମ ଜିଲ୍ଲା ଏହି ଅବସରରେ ସ୍ଥାନୀୟ ଅଂଚଳର ସ୍ବେଛାସେବୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସଂମାନିତ କରିଥିଲେ ବାଚସ୍ପତି।ଜିଲ୍ଲା ତଥା ବିଭିନ୍ନ ରାଜ୍ୟରୁ କଳାକାର ମାନେ ଆସି ଏଠାରେ ନିଜର କଳା ପଦର୍ଶନ କରିଥାନ୍ତି।ଏହି ଉଦଘାଟନ ଉତ୍ସବରେ ସୋରଡ଼ା ବିଧାୟକ ତଥା ମହୋତ୍ସବ ସଭାପତି ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଘୁମୁସର ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ସ୍ୱାଇଁଙ୍କ ସମେତ ମହୋତ୍ସବ ସମ୍ପାଦକ ରଜନୀକାନ୍ତ ମହାପାତ୍ର, ନଗର ସଭାପତି ଜଗଦୀଶ ରାଜୁ,ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ, ବୁଲୁ ସ୍ୱାଇଁ, ସମାଜସେବୀ ଜିତେନ୍ଦ୍ର ନାୟକ, ବୋରସିଙ୍ଗି ସରପଞ୍ଚ, ସିଦ୍ଧିପୁର ସରପଞ୍ଚ, ଆଇନଜୀବୀ ଭଗବାନ ମୁନି ପ୍ରମୁଖ ମଞ୍ଚାସିନ ରହିଥିଲେ। ସୀତାରାମ ପାତ୍ର,ଅକ୍ଷୟ ପାତ୍ର,ମଣ୍ଟୁ ପତ୍ରି, ହରିହର ପଣ୍ଡା ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସୋରଡ଼ା ଅଞ୍ଚଳର ବହୁ ଜନସାଧାରଣ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *