ଭୁତ କୋଠି ପାଲଟିଲାଣି ବଡକୁଳ ପାନ୍ଥନିବାସ

ଏସିଆ ମହାଦେଶର ସର୍ବ ବୃହତ ଲବଣ ହ୍ରଦ ହେଉଛି ଚିଲିକା  । ଏହା ଏକ ପର୍ଯ୍ୟଟନ ସ୍ଥଳ ଭାବରେ ବେସ ପରିଚିତ । ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳେ   । ଚିଲିକା ହେଉଛି ଓଡିଶା ର ସ୍ୱାଭିମାନ । ସରକାରଙ୍କ ଅର୍ଥ ବିନିଯୋଗ ହୋଇ ଲାଗିରହିଥିବା ସୋଲାର ଲାଇଟ ସବୁ ଅଚଳ ହୋଇଥିବା ବେଳେ ସେଥିରେ ଲାଗିଥିବା ବେଟେରି ସବୁ ନଥିବା ଦେଖିବାକୁ ମିଳୁଛି ।  ହାଇ ମାକ୍ସ ଲାଇଟ ମଧ୍ୟ ଅଚଳ ହୋଇପଡିଛି   । ସନ୍ଧ୍ୟା ହେଲେ ଚାରିଆଡେ ଅନ୍ଧାରମୟ ହୋଇଯାଉଛି ଏହି ପର୍ଯ୍ୟଟନ ସ୍ଥଳ ଏବଂ ମଦୁଆ ମାନଙ୍କର ଆଡା ଜମି ଯାଏ ଏଠାରେ, ଚାଖନା ସାଙ୍ଗକୁ ମଦ ବୋତଲ ଧରି ବସି ଯାନ୍ତି ଏହି ଶିଶୁ ଉଦ୍ୟାନରେ, ମଦ ପିଇ ସାରିବା ପରେ ବୋତଲ ଏଣେ ତେଣେ ଫୋପାଡ଼ି ଚାଲି ଯାନ୍ତି ମଦୁଆ ମାନେ,ଚାରିଆଡେ ଅଳିଆ ଆବର୍ଜନା ରେ ପରିପୂର୍ଣ ଏହି ପାନ୍ଥନିବାସ  । ପର୍ଯ୍ୟଟନ ଙ୍କ  ପିକନିକ ପାଇଁ ନିର୍ମାଣ ହୋଇଥିବା ପିଣ୍ଡି କଥା ନ କହିଲେ ଭଲ  । ଏହି ପିଣ୍ଡି ରେ ଭୋଜି ଭାତ ପାଇଁ ପର୍ଯ୍ୟଟକ ଙ୍କ ଠାରୁ 600 ଟଙ୍କା ଆଦାୟ କରାଯାଉଥିବା ବେଳେ, ପୁରା ଅବ୍ୟବସ୍ଥା ରେ ପଡ଼ିରହିଛି ଏହି ସମସ୍ତ ପିଣ୍ଡି । କୋଉଠି ଗୋବର ତ, ଆଉ କୋଉଠି ଅଳିଆ ଆବର୍ଜନା   ଦେଖିବାକୁ ମିଳୁଛି   ।  ଗନ୍ଧ ରେ ଫାଟି ପଡୁଛି ପୁରା ପରିବେଶ  । ଶୁଣି ନିଅନ୍ତୁ କଣ କହୁଛନ୍ତି ପର୍ଯ୍ୟଟକ -ବାଇଟ 1)ପର୍ଯ୍ୟଟକ  ଜଙ୍ଗଲ ପାଲଟିଲାଣି ବଡକୁଳ ପାନ୍ଥନିବାସ  । କୋଟି କୋଟି ଟଙ୍କା ରେ ତିଆରି ସରକାରୀ ସାମଗ୍ରୀ ସବୁ ମାଟିରେ ମିଶିବାକୁ ବସିଲାଣି ।  ଯୁଆଡେ ଦେଖିବ ସିଆଡେ ମେଲା  । ଗୋରୁ ଗାଈ ଏଠି ରାତି ଦିନ କରୁଛନ୍ତି ପାଲା l ଭୁତ କୋଠି ପରି ପଡି ରହିଛି ଏହି ପାନ୍ଥନିବାସ   ।ବାଉଁଶ ରେ ନିର୍ମିତ ବିଳାସ ପୂର୍ଣ୍ଣ କଟେଜ ଭାଙ୍ଗି ଯାଇଥିବା ବେଳେ ,କାନ୍ଥ ବାଡ଼ରେ ଉଠିଲାଣି ବିରାଟ କାୟ ବୃକ୍ଷ ଲତା  । ଶିଶୁ ମାନଙ୍କ ପାଇଁ ତିଆରି ହୋଇଥିବା ଶିଶୁ ଉଦ୍ୟାନ ଟି ପୁରା ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି  । ଆଉ ୱାଟର ଫାଉଣ୍ଟେନ ହସ୍ତାନ୍ତର ପୂର୍ବରୁ ଅଚଳ ହୋଇ ପଡ଼ିରହିଛି  । କଣ୍ଟା ଜଙ୍ଗଲ ଭିତରେ ଲୁଚି ରହିଛି ଦାମୀ ଦାମୀ ଅଚଳ ଜେଟସ୍କି  । ଅଳିଆ ଆବର୍ଜନା ସହିତ ଲାଇଟ ସବୁ ଅଚଳ ହୋଇ ପଡ଼ିରହିଛି  । ଲାଗୁଛି ଏହାର ରକ୍ଷଣାବେକ୍ଷଣ  କରିବାକୁ କେହି ନାହାନ୍ତି   । ଏହିଭଳି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଭାବରେ ବେସ ପରିଚିତ ଚିଲିକା ତଟ ରେ ଥିବା ବଡକୁଳ ପାନ୍ଥନିବାସ ରେ  ।            

ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ସହିତ ଆଲୋକ ମାଳାରେ ଝଲୁକୁ ଥିଲା ପୁରା ପାର୍କଟି  । ଏବେ କିନ୍ତୁ ଭାଙ୍ଗି ରୁଜି ମାଟିରେ ମିଶିବାକୁ ବସିଲାଣି  । କିନ୍ତୁ ଆଜି ପଯ୍ୟନ୍ତ ୱାଟର ମ୍ୟୁଜିକାଲ ଫାଉଣ୍ଟେନ ଟି ହସ୍ତାନ୍ତର ନ ହୋଇ ଅଚଳ ହୋଇପଡିରହିଛି   । ଆଉ ଅନାବନା ଗଛ ସହିତ କଣ୍ଟା ବଣରେ ଭାଙ୍ଗିରୁଜି ପଡି ରହିଛି ଏହି ବିଳାସପୁର୍ଣ ବାଉଁଶ ଘର  । ୱାଟର ପାର୍କର କାନ୍ଥରେ ବଡ଼ ବଡ଼ ଗଛ ଲତାରେ ଭରି ରହିଥିବା ସହିତ କୁଢ଼ କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି   । ୱାଟର ପାର୍କ ପାଇଁ ଆସିଥିବା ବହୁ ଜେଟସ୍କି ସହିତ ପେଡାଲ ବୋଟ ନଷ୍ଟ ହୋଇ ପଡ଼ିରହିଛି ଏହି କଣ୍ଟା ଜଙ୍ଗଲ ଭିତରେ । ପର୍ଯ୍ୟଟକ ଏବେ ଧୀରେ ଧୀରେ କମିବାରେ ଲାଗିଲେଣି l                   ନା ଏହାର ରକ୍ଷଣା ବେକ୍ଷଣା କରାଯାଉଛି, ନା ଏହାର ଦାୟିତ୍ୱ ନିଆଯାଉଛି  । ଏହିଭଳି ଭାବରେ ଓଡିଶା ସରକାର ଙ୍କ କୋଟି କୋଟି ଟଙ୍କା ମାଟିରେ ମିଶିବାକୁ ବସିଲାଣି । ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ବହୁ ବଡବଡ଼ ଅଧିକାରୀ ଏଠାକୁ ଆସୁଛନ୍ତି । ହେଲେ କାହାରି ଦୃଷ୍ଟି ପଡୁନାହିଁ ଏହାରି ଉପରେ  ।ବର୍ତମାନ ଏହାର ରକ୍ଷଣ ବେକ୍ଷଣ କାହା ହାତରେ  ?  କଣ ପାଇଁ ଏହାର ଦାୟିତ୍ୱ ନିଆଯାଉନି ?  ବଡକୁଳ ପାନ୍ଥନିବାସ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି କଣ ?? ବହୁ ଗଣମାଧ୍ୟମ ରେ ଏହି ଖବର ପ୍ରସାରିତ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କିଛି ସୁଫଳ ହୋଇ ନଥିବା ଦେଖିବାକୁ ମିଳୁଛି  । ଶୁଣିବାକୁ ମିଳୁଛି କିଛି ଗଣମାଧ୍ୟମ ରେ ଖବର ପ୍ରସାରିତ ନ କରିବାକୁ ଅଧିକାରୀ କୁଆଡେ ସାଲିସ କରୁଛନ୍ତି  । କାହା ସାହସ ରେ ବଳିୟାନ ଏହାର ଦାୟିତ୍ୱ ରେ ଥିବା ଅଧିକାରୀ । ଯାହା ବର୍ତମାନ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ଜୋର ଧରିଛି   ।               ଚିଲିକା ଭଳିଆ ପ୍ରମୁଖ ପଯ୍ୟଟନ ସ୍ଥଳ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହୋଇଥିବା ସ୍ଥଳେ  । ବର୍ତମାନ କାହା ସ୍ୱାର୍ଥରେ ପଡ଼ିରହିଛି ଏ କୋଟି କୋଟି ଟଙ୍କାର ସମସ୍ତ ଜିନିଷ । ଏ ସଂକ୍ରାତ ରେ ବଡକୁଳ OTDC ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ କ୍ୟାମରା ସାମ୍ନାରେ କିଛି କହିବାପାଇଁ ସିଧାସିଧା ମନା କରିଦେଛନ୍ତି  । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାରି ଉପରେ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜନସାଧାରଣରେ ଦାବି ଜୋର ଧରିଛି  l ଖୋର୍ଦ୍ଧା ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର live

Leave a Reply

Your email address will not be published. Required fields are marked *