ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦ୍ଘାଟନ

ଢେଙ୍କାନାଳ ସ୍ଥାନୀୟ ମହିଶାପାଟ ପଲ୍ଲିଶ୍ରୀ ପଡ଼ିଆ ଠାରେ ସରକାରଙ୍କ 100 ଦିନ ପୂର୍ତ୍ତି ଉପଲକ୍ଷେ -ଢେଙ୍କାନାଳ ସ୍ଥାନୀୟ ମହିଶାପାଟ ପଲ୍ଲିଶ୍ରୀ ପଡ଼ିଆଠାରେ ରାଜ୍ୟସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୁତନ ସୂର୍ଯ୍ୟୋଦୟ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୪ ଉଦ୍ଘାଟିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ମେଳାକୁ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପର୍ଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷା ନଗର ବିଧାୟକ ଶତୃଘନ ଜେନା, ଏମପି ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧିମାନେ ଏବଂ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇଥିଲେ।ଶହ ଶହ ସଖ୍ୟାର ମହିଳାମାନେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକାରର ଷ୍ଟଲ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଦୋକାନ ଖୋଲି ବିଭିନ୍ନ ବ୍ୟବସାୟ କରୁଛନ୍ତି। ଏହି ମେଳା ୩ଦିନ ଧରି ଚାଲିବ। ଜିଲ୍ଲାପାଳଙ୍କ ସଭାପତିତ୍ଵରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଆମେ ନିର୍ବାଚନ ସମୟରେ ଦେଇଥିବା ପ୍ରତିସୃତି ୧୦୦ ଦିନ ମଧ୍ୟରେ କିଛି ପୁରଣ କରିଛୁ ଆଉ ସବୁ ଆସନ୍ତା ଦିନରେ ପୁରଣ କରିବୁ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *