ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଧରାକୋଟ:-୨୧/୦୯ଧରାକୋଟ ବ୍ଲକର ଢ଼ଉଗାଁ ବାସୁଦେବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଢ଼ଉଗାଁ ଗ୍ରାମ ପରିକ୍ରମା କରିଥିଲା । ଶିକ୍ଷକ ରଞ୍ଜନ ସାହୁ,ପ୍ରିତିମାନ ପ୍ରଧାନ,ମାନସ ରଞ୍ଜନ ବେହେରା,ବସନ୍ତ କୁମାର ପାଣିଗ୍ରାହୀ,ମହେଶ୍ୱର ଗୌଡ଼ ଏବଂ ଶିକ୍ଷୟତ୍ରୀ ରେଣୁକା ଦାସ, ନମିତା ତ୍ରିପାଠୀ, ଦୀପ୍ତିମୟୀ ନାୟକ,ରାଧା ମାଧୁରୀ ତ୍ରିପାଠୀ ଓ ଅଶ୍ଵିନୀ କୁମାରୀ ଅଧିକାରୀ ଏହି ସଚେତନତା ରାଲିର ନେତୃତ୍ଵ ନେଇଥିଲେ । ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲା କାର୍ଡ ଧରି ସ୍ୱଚ୍ଛ ପରିବେଶ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଗ୍ରାମ୍ୟ ପୋଖରୀ ପରିଷ୍କାର,ରାସ୍ତା ଘାଟରେ ଅଳିଆ ଆବର୍ଜ୍ଜନା ନ ପକାଇବା,ନିୟମିତ ରାସ୍ତା ଘାଟ ସଫେଇ,ନିଜ ବାସ ଗୃହ ଚାରିପଟ ସଫା ସୁତରା ରଖିବା ଏବଂ ସବୁଜିମା ପରିବେଶ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *