ବ୍ରହ୍ମପୁରରେ ବୟନିକାର ନୂତନ ବିକ୍ରୟ କେନ୍ଦ୍ରର ଉଦ୍‌ଘାଟିତ

ବ୍ରହ୍ମପୁରରେ ବୟନିକାର ନୂତନ ବିକ୍ରୟ କେନ୍ଦ୍ରର ଉଦ୍‌ଘାଟିତ ବ୍ରହ୍ମପୁର, ଓଡିଶା ରାଜ୍ୟ। ହସ୍ତତନ୍ତ ବୁଣାକାର ସମବାୟ ସମିତି ନିଃ, ଓଡ଼ିଶା ହସ୍ତତନ୍ତ ବସ୍ତ୍ରର ବିକ୍ରୟ କ୍ଷେତ୍ରରେ ଏକ ରାଜ୍ୟସ୍ତରୀୟ ଶୀର୍ଷ ସମିତି, ଯାହାକି ବୟନିକା ନାମରେ ସୂପରିଚିତ ଅଟେ । ଏହା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିକୁ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଓଡିଶାର ବିଭିନ୍ନ ଅଂଚଳରେ ଥ‌ିବା ବୁଣାକାର ମାନଙ୍କ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରକୁ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି, ସୟଂ ସହାୟକ ଗୋଷ୍ଠୀ ଓ ହସ୍ତତନ୍ତ ଉଦ୍ୟୋଗୀ ମାନଙ୍କ ଜରିଆରେ କ୍ରୟ କରି ରାଜ୍ୟ ଭିତରେ, ରାଜ୍ୟ ବାହାରେ ଏବଂ ସ୍ଥଳ ବିଷେଶରେ ବିଦେଶରେ ବିକ୍ରୟ କରିବାର ସୁଯୋଗ ସୃଷ୍ଟି କରିବାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ହସ୍ତତନ୍ତ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ମେଳା ଓ ପ୍ରର୍ଦଶନୀକୁ ଆୟୋଜନ କରି ବୁଣାକାର ମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟତା କରିଥାଏ

। ବର୍ତମାନ ବୟନିକାର ବାର୍ଷିକ ବ୍ୟବସାୟୀକ କାରବାର ଟ.୨୦୦,୦୦ କୋଟି ଅତିକ୍ରମ କରିଅଛି ଏବଂ ଚଳିତ ଆର୍ଥିକ ବର୍ଷପାଇଁ ଟ.୨୬୫.୦୦ କୋଟି ଟଙ୍କାର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ବୟନିକା ଆସନ୍ତା ୫ବର୍ଷ ମଧ୍ୟରେ ୫୦୦,୦୦ କୋଟି ଟଙ୍କାର ବ୍ୟବସାୟୀକ କାରବାର କରିବାର ଲକ୍ଷ ଧାର୍ଯ୍ୟ କରିଅଛି ।ବ୍ୟବସାୟୀକ କାରବାରର ପରିପ୍ରେକ୍ଷିରେ ବ୍ରହ୍ମପୁର ସହରର ମୟୁରୀ ଟାୱାର ଠାରେ ବୟନିକାର ମାତ୍ର ୫୦୦ ବର୍ଗଫୁଟ୍ ପରିମିତ ଏକ ବିକ୍ରୟ କେନ୍ଦ୍ର ରହିଅଛି, ଯାହାର ବାର୍ଷିକ ବ୍ୟବସାୟ ହାରାହାରି ଟ.୪.୦୦ କୋଟି ଅଟେ । ଏଥରୁ ବ୍ରହ୍ମପୁରରେ ହସ୍ତତନ୍ତ ବସ୍ତ୍ରର ଚାହିଦା ସ୍ପଷ୍ଟ ଅନୁମେୟ ହୁଏ । ଏହି ବର୍ଷିତ ଚାହିଦାର ଧାରାକୁ ଲକ୍ଷ କରି ବ୍ରହ୍ମପୁର ଠାରେ ବୟନିକାର ଥବା ନିଜସ୍ୱ ସରକାରୀ ଜାଗାରେ ଗ୍ରାହକ ମାନଙ୍କପାଇଁ ସମସ୍ତ ସୁବିଧା ଥାଇ ୮୫୦୦ ବର୍ଗଫୁଟ ପରିମିତର ଏକ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନା ସହାୟତାରେ ନିର୍ମାଣ କରାଯାଇଅଛି । ଏହି ବିକ୍ରୟ କେନ୍ଦ୍ରର ପ୍ରାଥମିକ ବାର୍ଷିକ ବିକ୍ରୟ ଲକ୍ଷ ଟ.୫.୦୦ କୋଟି ରଖାଯାଇଅଛି ଯାହାକି ଆସନ୍ତା ୩-୫ ବର୍ଷ ମଧ୍ୟରେ ଟ.୧୦,୦୦ କୋଟି ଅତିକ୍ରମ କରିବାର ଆଶା କରାଯାଉଅଛି ।ଏହି ବିକ୍ରୟ କେନ୍ଦ୍ରକୁ ଆଜି ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡିଶା ଓ ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ମେୟର, ବ୍ରହ୍ମପୁର ମହାନଗର ନିଗମ, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ସଭାପତି, ବୟନିକା, ଶ୍ରୀମତୀ ପ୍ରଣତି ଛୋଟରାୟ, ପରିଚାଳନା ନିର୍ଦେଶକ, ବୟନିକା, ବ୍ରହ୍ମପୁର, ଶ୍ରୀମତୀ ସାବିତ୍ରୀ ନାୟକ, କର୍ପୋରେଟର, ୱାର୍ଡ ନଂ-୩୯, ବ୍ରହ୍ମପୁର ମହାନଗର ନିଗମ ଏବଂ ବୟନିକାର ପରିଚାଳନା ପରିଷଦର ସଭ୍ୟ/ସଭ୍ୟଙ୍କ ଉପସ୍ଥିତିରେ ଉକ୍ତ ନବନିର୍ମିତ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରାଯାଉଅଛି । ଏହି ବିକ୍ରୟ କେନ୍ଦ୍ରରେ ଓଡିଶାର ସମସ୍ତ ଜିଲ୍ଲାର ବୁଣାକାର ମାନଙ୍କଦ୍ବାରା ଉତ୍ପାଦିତ ପାଟ, ସୂତା ଓ ଟସର ହସ୍ତତନ୍ତ ବସ୍ତ୍ର ଉପଲବଧ ହେଉଅଛି । ଏହି ନୂତନ ବିକ୍ରୟ କେନ୍ଦ୍ରର ଉଦ୍‌ଘାଟନ ଉପଲକ୍ଷେ 7ଦିନ ପର୍ଯ୍ୟନ୍ତ ୨୦% ରିହାତି ସହିତ ୧୦%ର ସତନ୍ତ୍ର ରିହାତି ପ୍ରଦାନ କରାଯାଉଅଛି । ଏଠାରେ ପର୍ଯ୍ୟସ୍ତ ପରିମାଣର ଯାନବାହାନ ରଖବାପାଇଁ ସୁବିଧା ରହିଥ‌ିବାରୁ ବ୍ରହ୍ମପୁର ସହରରେ ହସ୍ତତନ୍ତ ପ୍ରେମୀ ଗ୍ରାହକମାନଙ୍କୁ ଏହି ବିକ୍ରୟ କେନ୍ଦ୍ରକୁ ଆକୃଷ୍ଟ କରିବ ।ଉକ୍ତ ନବନିର୍ମିତ ବିକ୍ରୟ କେନ୍ଦ୍ରରେ ପଦାର୍ପଣ କରି ବିଶେଷ ରିହାତିର ସୁଯୋଗ ନେଇ ନୂତନ ନୂତନ ଡିଜାଇନର ବସ୍ତ୍ରକ୍ରୟ କରିବା ପାଇଁ ବ୍ରହ୍ମପୁର ସହରର ହସ୍ତପ୍ରେମୀ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି ।

Leave a Reply

Your email address will not be published. Required fields are marked *